ରାଜଧାନୀରେ ୬୪୭୧ ଅମାନିଆଙ୍କ ଠାରୁ ୬ ଲକ୍ଷ ୫୬ ହଜାର ୩ ଶହ ଟଙ୍କା ଜରିମାନା ଆଦାୟ
ଭୁବନେଶ୍ୱର : କରୋନା ସଂକ୍ରମଣ ବୃଦ୍ଧି ପାଉଥିଲେ ବି କେତେକ ଲୋକ ପୂର୍ବଭଳି ଅମାନିଆ ହେଉଛନ୍ତି । ଯେଉଁଥିପାଇଁ ସେମାନଙ୍କୁ ଜରିମାନା ଗଣିବାକୁ ପଡୁଛି । ଗତ ୯ ଦିନ ମଧ୍ୟରେ କେବଳ ରାଜଧାନୀରେ ୬୪୭୧ ଅମାନିଆଙ୍କ ଠାରୁ ୬ ଲକ୍ଷ ୫୬ ହଜାର ୩ ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି । ୪୪୨୦ ଜଣ ସାମାଜିକ ଦୂରତା ଭଙ୍ଗ କରିଥିବାବେଳେ ୨୦୫୧ ଜଣ ମାସ୍କ ପିନ୍ଧିନଥିବାରୁ ଜରିମାନା କରାଯାଇଥିଲା । ଗତ ୧୪ରେ ୬୬୯୦୦, ୧୫ରେ ୬୯୧୦୦, ୧୬ରେ ୬୭୯୫୦, ୧୮ରେ ୮୨୦୫୦, ୧୯ରେ ୭୭୯୦୦, ୨୦ରେ ୬୬୨୫୦, ୨୧ରେ ୮୦୩୦୦ ଓ ୨୨ରେ ୭୯୧୫୦ ଜଣ ଅମାନିଆଙ୍କୁ ଜରିମାନା କରାଯାଇଛି ।
Powered by Froala Editor