‘କ୍ରିପ୍ଟୋକରେନ୍ସି’ ବିଷୟରେ ସର୍ବସାଧାରଣରେ ମନ୍ତବ୍ୟ ଦେଲେ ପ୍ରଧାନମନ୍ତ୍ରୀ
ସର୍ବସାଧାରଣରେ ‘କ୍ରିପ୍ଟୋକରେନ୍ସି’ ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ମନ୍ତବ୍ୟ ଦେଇଛନ୍ତି। ‘କ୍ରିପ୍ଟୋକରେନ୍ସି’ ବା ଅଦୃଶ୍ୟ ମୁଦ୍ରା ଯେମିତି ମନ୍ଦ ବ୍ୟକ୍ତିଙ୍କ ପାଖକୁ ନ ଯାଏ ସେଥିପ୍ରତି ସୁନିଶ୍ଚି ହେବାକୁ ସବୁ ଗଣତାନ୍ତ୍ରିକ ରାଷ୍ଟ୍ର ଏକତ୍ର ହୋଇ କାମ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ସିଡନି ଡାଏଲଗର ଉଦଘାଟନ ଅବସରରେ ବିଷୟଭିତ୍ତିକ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କ୍ରିପ୍ଟୋକରେନ୍ସି ସମ୍ପର୍କରେ ନିଜର ମତ ରଖିଥିଲେ । ସେ କହିଥିଲେ ଏହା ଉପରେ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡିକ ଏକତ୍ର କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ତାହାସହିତ ସେମାନେ ଜାତୀୟ ଅଧିକାରକୁ ସ୍ୱୀକୃତି ଦେବା, ବାଣିଜ୍ୟ, ପୁଞ୍ଜିନିବେଶ ଏବଂ ଜନସାଧାରଣଙ୍କର ବୃହତ୍ତର ସ୍ୱାର୍ଥକୁ ପ୍ରୋତ୍ସାହିତ କରିବା ଆବଶ୍ୟକ । କ୍ରିପ୍ଟୋକରେନ୍ସି ଯେଭଳି ଭୁଲ ହାତରେ ନପଡେ, ସେଥିପାଇଁ ବିଶ୍ୱର ସମସ୍ତ ଗଣତାନ୍ତ୍ରିକ ରାଷ୍ଟ୍ର ଏକତ୍ର କାର୍ଯ୍ୟ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ତାହା ନହେଲେ ଏହା ଭୁଲ ହାତରେ ପଡିବ ଏବଂ ଆମ ଯୁବଗୋଷ୍ଠୀଙ୍କୁ ନଷ୍ଟ କରିଦେବ ବୋଲି ସେ ସତର୍କ କରାଇଦେଇଥିଲେ ।
ଭାରତରେ କିଭଳି ‘କ୍ରିପ୍ଟୋକରେନ୍ସି’ କାରବାର ହେବ ସେ ସଂକ୍ରାନ୍ତରେ ଆଲୋଚନା କରିବାର ଅଳ୍ପ କିଛି ଦିନ ପରେ ପ୍ରଧାନମନ୍ତ୍ରୀ ମୋଦୀ ଏଭଳି ସତର୍କବାଣୀ ଶୁଣାଇଛନ୍ତି। ଭାରତରେ ‘କ୍ରିପ୍ଟୋକରେନ୍ସି’ର ଅନିୟନ୍ତ୍ରିତ ବଜାର ଆର୍ଥିକ ଦୁର୍ନୀତି ଏବଂ ଆତଙ୍କବାଦକୁ ଅର୍ଥ ଯୋଗାଣ ଉତ୍ସ ପାଲଟି ଯିବାର ଆଶଙ୍କା କରାଯାଉଛି। ବିଦେଶରେ ହେଉଥିବା ‘କ୍ରିପ୍ଟୋକରେନ୍ସି’ ବିନିଯୋଗ ଉପରେ ନିୟନ୍ତ୍ରଣ ବ୍ୟବସ୍ଥା କରିବା ଲାଗି ସରକାର ବିଚାର କରୁଛନ୍ତି।
Powered by Froala Editor