ସୁରଙ୍କୁ କରୋନା
ଜଟଣୀ ବିଧାୟକ ସୁରେଶ ରାଉତରାୟ କରୋନା ସଂକ୍ରମିତ । ସୁର ରାଉତରାୟଙ୍କ ସମେତ ତାଙ୍କ ପତ୍ନୀ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଏ ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବର୍ତ୍ତମାନ ବିଧାୟକ ସୁର ରାଉତରାୟ ଏବଂ ତାଙ୍କ ପତ୍ନୀଙ୍କୁ କ୍ୱାରେଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଡାକ୍ତର । ବିଗତ କିଛିଦିନ ହେବ ସେ ଅସୁସ୍ଥ ରହିଥିଲେ । ଏହାପରେ ଡାକ୍ତରଙ୍କ ପରାମର୍ଶ କ୍ରମେ କୋଭିଡ ଟେଷ୍ଟ କରିଥିଲେ ସୁର ରାଉତରାୟ ଏବଂ ତାଙ୍କ ପତ୍ନୀ । ଶେଷରେ ଉଭୟଙ୍କ ଶରୀରରେ କୋଭିଡ ପଜିଟିଭ ଥିବା ନେଇ ଜଣାପଡ଼ିଛି ।
ବିଧାୟକ ସୁର ରାଉତରାୟ ସର୍ବଦା କରୋନାକୁ ଅଣଦେଖା କରୁଥିବା ନଜିର ରହିଛି । ଏମିତିକି ମାସ୍କ ମଧ୍ୟ ପିନ୍ଧିବାକୁ ପସନ୍ଦ କରୁନଥିଲେ । ପ୍ରାୟତ ତାଙ୍କୁ ବିନା ମାସ୍କରେ ଦେଖିବାକୁ ମିଳିଥାଏ । ଏବେ କିନ୍ତୁ ସୁର ରାଉତରାୟ ନିଜେ କରୋନା ସଂକ୍ରମିତ ହୋଇଛନ୍ତି ।
Powered by Froala Editor