ବିନୟାନନ୍ଦ ଝା ଗୃହ ବିଭାଗ ଓଏସ୍ଡି, ସୁଧାଂଶୁ ଷଡ଼ଙ୍ଗୀଙ୍କୁ ରେଳବାଇ ଓ ଉପକୂଳ ସୁରକ୍ଷା ବିଭାଗ ଦାୟିତ୍ୱ
ଆଇପିଏସ୍ ସ୍ତରରେ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ୧୯୮୮ ବ୍ୟାଚ୍ ଆଇପିଏସ୍ ବିନୟାନନ୍ଦ ଝାଙ୍କୁ ଗୃହ ବିଭାଗର ଓଏସ୍ଡି ଭାବେ ନିଯୁକ୍ତ ଦେଇଛନ୍ତି ସରକାର । ୧୯୮୯ ବ୍ୟାଚ୍ ଆଇପିଏସ୍ ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କୁ ଓଏଚ୍ଆରସିର ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶ ଭାବେ ନିଯୁକ୍ତି ଦିଆଯାଇଛି । ଗୃହ ବିଭାଗର ଓଏସଡି ଦାୟିତ୍ୱରେ ଥିବା ୧୯୯୦ ବ୍ୟାଚ୍ ଆଇପିଏସ୍ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ରେଳବାଇ ଓ ଉପକୂଳ ସୁରକ୍ଷା ବିଭାଗର ଅତିରିକ୍ତ ଡିଜି ଭାବେ ନିଯୁକ୍ତି ଦିଆଯାଇଛି।
ଅପରପକ୍ଷରେ ୨୦୦୩ ବ୍ୟାଚ୍ ଆଇପିଏସ୍ କେ. ସଫିନ୍ ଅହମ୍ମଦଙ୍କୁ ଅଗ୍ନିଶମ ସେବା ଓ ହୋମଗାର୍ଡ ଆଇଜି ଭାବେ ବଦଳି କରାଯାଇଛି । ସଫିନ୍ ସଂପ୍ରତି ଟେକନିକାଲ ଆଇଜି ଭାବେ ଅବସ୍ଥାପିତ ଅଛନ୍ତି । ୨୦୧୩ ବ୍ୟାଚ୍ ଆଇପିଏସ୍ ତଥା କ୍ରାଇମବ୍ରାଞ୍ଚ ଏସପି ଏଲ୍. ଦିବ୍ୟା ଭିଙ୍କୁ ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଭାବେ ବଦଳି କରାଯାଇଛି।
Powered by Froala Editor