ଟିକା ସାର୍ଟିଫିକେଟ ଦେଖାଇଲେ ମିଳିବ ରାସନ, ଜାଣନ୍ତୁ କେଉଁଠି ?
ଭୋପାଲ: ମଧ୍ୟପ୍ରଦେଶରେ ଟିକାକରଣକୁ ଆହୁରି ବ୍ୟାପକ କରିବା ପାଇଁ ରାଜ୍ୟ ସରକାର ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି । ଟିକା ନେଇ ନଥିବା ବ୍ୟକ୍ତିଙ୍କୁ ଏଣିକି ସରକାରୀ ରାସନ ମିଳି ନାହିଁ ବୋଲି ନିଦେ୍ର୍ଧଶନାମା ଜାରି ହୋଇଛି । ରାସନ କାର୍ଡରେ ରାସନ ଆଣିବା ପୂର୍ବରୁ ଏଣିକି ଦୋକାନୀଙ୍କୁ ଟିକା ସାର୍ଟିଫିକେଟ ଦେଖାଇବାକୁ ହେବ ।
ଯଦି କୌଣସି ବ୍ୟକ୍ତି ଟିକା ନେଇନାହାନ୍ତି ତେବେ ତାଙ୍କୁତୁରନ୍ତ ନିକଟସ୍ଥ ଟିକାକରଣ କେନ୍ଦ୍ରକୁ ଯାଇ ଟିକା ନେବାକୁ ହେବ । ରାସନ କାର୍ଡରେ ଦିଆଯାଇଥିବା ଆଧାରକାର୍ଡ ନମ୍ବର ଏବଂ ଟିକା ସାର୍ଟିଫିକେଟରେ ଥିବା ଆଧାର କାର୍ଡ ନମ୍ବରକୁ ମେଳ ଖୁଆଇ ଦୋକାନୀମାନେ ରାସନ ଦେବେ ବୋଲି ସରକାର ନିଦେ୍ର୍ଧଶ ଦେଇଛନ୍ତି ।
Powered by Froala Editor