ପୁନିତ ରାଜକୁମାରଙ୍କୁ ମିଳିବ କର୍ଣ୍ଣାଟକ ରତ୍ନ ସମ୍ମାନ
ନୂଆଦିଲ୍ଲୀ : କନ୍ନଡ ସିନେମା ସୁପରଷ୍ଟାର ସ୍ୱର୍ଗତ ପୁନିତ ରାଜକୁମାରଙ୍କୁ ରାଜ୍ୟର ସର୍ବୋଚ୍ଚ ସମ୍ମାନ କର୍ଣ୍ଣାଟକ ରତ୍ନ ପୁରସ୍କାରରେ ସମ୍ମାନିତ କରାଯିବ ବୋଲି ରାଜ୍ୟ ମୁଖ୍ୟମନ୍ତ୍ରୀ ବାସବରାଜ ବମ୍ମାଇ ଘୋଷଣା କରିଛନ୍ତି । ରାଜ୍ୟର ସର୍ବୋଚ୍ଚ ନାଗରିକ ସମ୍ମାନରେ ଅଭିନେତା ପୁନିତ ରାଜକୁମାର ଦଶମ ବ୍ୟକ୍ତି ହେବେ।
ତେବେ ଗତ ଅକ୍ଟୋବର ୨୯ରେ ମାତ୍ର ୪୬ ବର୍ଷ ବୟସରେ ତାଙ୍କର ହୃଦଘାତରେ ଦେହାନ୍ତ ହୋଇଥିଲା । ତାଙ୍କ ଦେହାନ୍ତ ଖବର ପାଇବା ପରେ ତାଙ୍କ ପରିବାର, ସାଙ୍ଗସାଥି, ଫ୍ୟାନ୍ସଙ୍କ ଠାରୁ ଆରମ୍ଭ କରି କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଶକ୍ତ ଝଟକା ଲାଗିଥିଲା । ବାସବରାଜ ବମ୍ମାଇ ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ଆୟୋଜିତ ଏକ କାର୍ୟ୍ୟକ୍ରମରେ କହିଛନ୍ତି ‘ଅନେକ ଲୋକଙ୍କ ସହ ଆଲୋଚନା କରିବା ପରେ ସେ ପୁନିତ ରାଜକୁମାରଙ୍କୁ କର୍ଣ୍ଣାଟକ ରତ୍ନ ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ‘ ସିଏମ ଏହା ମଧ୍ୟ କହିଛନ୍ତି ଯେ, ଅଭିନେତାଙ୍କ ନାମକୁ ଅମର କରିବା ପାଇଁ ଅନେକ ପରାମର୍ଶ ଆସିଛି। ସରକାରଙ୍କର ମଧ୍ୟ ସମାନ ଇଚ୍ଛା । ତାଙ୍କର ଅନ୍ତିମ ବିଶ୍ରାମ ସ୍ଥଳ ତାଙ୍କ ପିତାମାତା ଡକ୍ଟର ରାଜକୁମାର ଏବଂ ପାର୍ବତମା ରାଜକୁମାରଙ୍କ ପରି ବିକଶିତ ହେବ।
Powered by Froala Editor