ଆଜି ପବିତ୍ର ବଡ଼ଓଷା

କଟକ: ଆଜି ହେଉଛି ପବିତ୍ର ବଡଓଷା । ବିନା ଭକ୍ତରେ ପୂଜା ପାଉଛନ୍ତି ବାବା ଧବଳେଶ୍ଵର। ଆଜି ପବିତ୍ର ଐତିହାସିକ ଶୈବ ପୀଠ ଧବଳେଶ୍ବର ମନ୍ଦିର ଚଳଚଞ୍ଚଳ ହେବା କଥା। ମାତ୍ର ଚଳିତ ବର୍ଷ କୋଭିଡ କଟକଣା ପାଇଁ କାତ୍ତିକ ପୂର୍ଣ୍ଣିମା ପର୍ୟ୍ୟନ୍ତ ମନ୍ଦିର ପରିସରରେ ଭୋର ୩ଟାରୁ ରାତି ୧୦ଟା ପର୍ୟ୍ୟନ୍ତ ୧୪୪ଧାରା ଲାଗୁ କରିଛି ପ୍ରଶାସନ । ଖାଁ ଖାଁ ହୋଇଛି ପୀଠ । ଏହି ସମୟରେ କେବଳ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି । ବଡଓଷା ଥିବାରୁ ପୂଜକମାନେ ବଡ ଓଷା ପ୍ରସ୍ତୁତିରେ ଲାଗିପଡିଛନ୍ତି।
ବାବା ଧବଳେଶ୍ଵର ଆଜି ବଡସିଂହାର ବେଶରେ ଦର୍ଶନ ଦେଉଥିବା ବେଳେ ବାବାଙ୍କ ପ୍ରିୟ ବହୁ ପ୍ରସିଦ୍ଧ ଗଜ ଭୋଗ ତ୍ରୟୋଦର୍ଶୀ ଚତୁର୍ଦ୍ଦଶୀ ସନ୍ଧିରେ ଲାଗି ହେବ। କିନ୍ତୁ ଗଜଭୋଗ କୌଣସି ଭକ୍ତଙ୍କୁ ଦିଆଯିବ ନାହିଁ। କୋରୋନା କଟକଣା ପାଇଁ କେବଳ ନୀତି ପାଇଁ ଗଜ ଭୋଗ ଲାଗୁ କରାଯିବ।
Powered by Froala Editor