ସହରରେ ବୁଲୁଛି ଭାଲୁ

ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଠାରେ ଭାଲୁ ଦେଖି ଲୋକେ ଆତଙ୍କିତ ହୋଇଛନ୍ତି। ଭାଲୁ ଆକ୍ରମଣରେ ଜଣେ ନାବାଳକ ଗୁରୁତର ହୋଇଛି। ତାକୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ଅପରାହ୍ନ ପ୍ରାୟ ତିନିଟା ବେଳେ ଭାଲୁଟି ତୁରି ନଦୀ ପାର୍ଶ୍ୱ ଜଙ୍ଗଲରୁ ପଳାଇ ଆସି ମସ୍ଜିନ୍ ପାଖରେ ଥିବା ଜଣଙ୍କ ବାଡ଼ିରେ ପଶି ଯାଇଥିଲା। ଗାଁ ଲୋକ ଭାଲୁକୁ ଦେଖି ହୋହଲ୍ଲା କରିଥିଲେ। ଏହା ପରେ ଭାଲୁଟି ବଙ୍କା ସାହି ଗଳିରେ ପଶି ଯାଇଥିଲା। ସେହି ସମୟରେ ଅଶୋକ ପଟ୍ଟନାୟକଙ୍କ ୧୨ ବର୍ଷୀୟ ପୁଅ ଆଶୁତୋଷ ପଟ୍ଟନାୟକଙ୍କୁ ଆକ୍ରମଣ କରିଥିଲା। ଲୋକଙ୍କ ଗହଳୀ ଦେଖି ଭାଲୁଟି ସହର ମଧ୍ୟ ଦେଇଯାଇଥିବା NH26 ଉପରେ ଦୌଡ଼ିଥିଲା। ଭାଲୁକୁ ଦେଖି ସହରବାସୀ ଭୟଭୀତ ହୋଇଯାଇଥିଲେ। ପ୍ରାଣ ବିକଳରେ ଗାଡି ମୋଟର ଛାଡି ଦୌଡିଥିଲେ। ପରେ ଭାଲୁଟି ହାଟପଦାସାହି ଦେଇ ଚମ୍ପାବନ ମଧ୍ୟକୁ ଚାଲିଯାଇଥଲା। ସେପଟେ ବନ ବିଭାଗ ଓ ପୁଲିସ ଖବର ପାଇ ଚମ୍ପାବଣ ନିକଟରେ ପହଞ୍ଚିଥିଲେ। ଲୋକଙ୍କୁ ବୁଝାସୁଝା କରିଥିଲେ।
Powered by Froala Editor