ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ କର୍ତ୍ତାରପୁର ସାହିବ କରିଡର
ଆସନ୍ତାକାଲି ଅର୍ଥାତ୍ ୧୭ ନଭେମ୍ବରରୁ କର୍ତ୍ତାରପୁର ସାହିବ କରିଡର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ। ଫଳରେ ଶିଖ ଶ୍ରଦ୍ଧାଳୁମାନେ ପାକିସ୍ତାନରେ ଥିବା ଦରବାର ସାହିବ କର୍ତ୍ତାରପୁରରେ ପହଞ୍ଚି ପାରିବେ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଟ୍ୱିଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, କରୋନା ମହାମାରୀ ଆରମ୍ଭରୁ ଏହି କରିଡର ବନ୍ଦ ରହିଛି। ୨୦୨୦ ଅଗଷ୍ଟ ମାସରେ, ପାକିସ୍ତାନ ଭାରତ ସମେତ ୧୧ଟି ଦେଶର ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଥିଲା। ଅତୀତରେ ପଞ୍ଜାବର ବିଜେପି ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି କରତାରପୁର କରିଡର ଖୋଲିବାକୁ ଅନୁରୋଧ କରିଥିଲେ। ନଭେମ୍ବର ୧୯ରେ ଗୁରୁ ନାନକଙ୍କ ଜୟନ୍ତୀକୁ ଆଖି ଆଗରେ ରଖି ଏହି କରିଡର ଖୋଲିବାକୁ ପ୍ରତିନିଧି ଦଳ ମୋଦୀଙ୍କୁ ଅନୁରୋଧ କରିଥିଲେ, ଯାହାଫଳରେ ଭକ୍ତମାନେ ପାକିସ୍ତାନରେ ଥିବା ଗୁରୁଦ୍ୱାର ପରିଦର୍ଶନ କରି ପ୍ରାର୍ଥନା କରିପାରିବେ।
ସୂଚନା ଥାଉ କି ନଭେମ୍ବର ୯, ୨୦୧୯ରେ ଏହି କରିଡରର ଉଦଘାଟନ କରାଯାଇଥିଲା । କର୍ତ୍ତାରପୁର କରିଡରକୁ ୨୦୧୯ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଥିଲେ।
Powered by Froala Editor