ଆଜିଠୁ ପୁଣି ଚାଲିବ ଟଏ ଟ୍ରେନ

ଭୁବନେଶ୍ୱର: କିଛି ଦିନ ତଳେ ଗତ ୧୧ବର୍ଷ ପରେ ନନ୍ଦନକାନନରେ ଟଏ ଟ୍ରେନ ଗଡିବା ଆରମ୍ଭ ହୋଇଥିଲା । କିନ୍ତୁ କିନ୍ତୁ ଟୟ ଟ୍ରେନ ଗଡୁଥିବା ବେଳେ ଅଘଟଣ ଘଟିଥିଲା । ଇଞ୍ଜିନରେ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗି ଅଚଳ ହୋଇଯାଇଥିଲା ଟ୍ରେନ । ଏହି ଅଘଟଣ ସମୟରେ ସେଥିରେ ୬୦ରୁ ଅଧିକ ଯାତ୍ରୀ ଥିଲେ । କିନ୍ତୁ ଏହି ଦୁର୍ଘଟଣା ସମୟରେ ଯାତ୍ରୀମାନେ ଅଳ୍ଫକେ ବର୍ତ୍ତି ଯାଇଥିଲେ । ଏହ ଅଗ୍ନିକାଣ୍ଡ ଯୋଗୁଁ ଏହି ଟ୍ରେନ୍ ଚଳାଚଳକୁ ବନ୍ଦ ରଖାଯାଇଥିଲା । ଯେ ପର୍ଯ୍ୟନ୍ତ ମରାମତି ନହୋଇଛି, ସେପର୍ଯ୍ୟନ୍ତ ଟୟ ଟ୍ରେନ ଗଡ଼ିବ ନାହିଁ ବୋଲି ନନ୍ଦନକାନନ ଉପ ନିଦେ୍ର୍ଧଶକ କହିଥିଲେ ।
ତେବେ ମରାମତି ପରେ ଓ ସବୁ ବ୍ୟବସ୍ଥାର ଯାଞ୍ଚ ପରେ ପୁଣି ଆରମ୍ଭ ହେଉଛି ଏହି ଟୟ ଟ୍ରେନ । ଆଜିଠାରୁ ନନ୍ଦନକାନନରେ ପୁଣି ଗଡିବ ଟୟ ଟ୍ରେନ । ଦିନକୁ ୬ ଟ୍ରିପ କରାଯିବ ବୋଲି ସୂଚନା ମିଳିଛି । ସକାଳ ୧୦ଟା, ୧୧ଟା ଓ ଅପରାହ୍ନ ୧୨ଟା, ୨ଟା, ୩ଟା ଓ ୪ଟାରେ ଏହି ଟୟ ଟ୍ରେନ ଚାଲିବ ।
ଟ୍ରେନ ଚାଲିବାର ଅଧଘଣ୍ଟା ଆଗରୁ ମିଳିବ ଟିକେଟ । ପ୍ରତ୍ୟେକ ଟ୍ରିପ୍ରେ ୭୨ ଜଣ ପର୍ଯ୍ୟଟକ ଏହି ଟୟ ଟ୍ରେନରେ ବସି ନନ୍ଦନକାନନ ବୁଲି ମଜା ନେଇପାରିବେ । ପରେ ସମସ୍ତ ବ୍ୟବସ୍ଥା ଯାଞ୍ଚ ପରେ ଏହି ସଂଖ୍ୟା ବୃଦ୍ଧି କରାଯାଇପାରେ ।
Powered by Froala Editor