ଦିଲ୍ଲୀ ପରେ ହରିୟାଣାରେ ଲାଗିଲା କଟକଣା: ୪ ଜିଲ୍ଲାରେ ସ୍କୁଲ ବନ୍ଦ ଘୋଷଣା
ଦିଲ୍ଲୀ ଏନସିଆର ବାୟୁ ପ୍ରଦୂଷଣ ଏବେ ସୀମା ଅତିକ୍ରମ କରିଛି। ଏହାର ସଂଲଗ୍ନ ସହରଗୁଡିକ ମାତ୍ରାଧିକ ବାୟୁ ପ୍ରଦୂଷଣରେ ଜର୍ଜରିତ ହେଉଛି । ଏହି ସହର ଗୁଡିକରେ ବାସକରୁଥିବା ଜନସାଧାରଣ ସ୍ୱାଭାବିକ ଭାବରେ ଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି । ଏଣୁ ଦିଲ୍ଲୀ ସରକାର ରାଜ୍ୟରେ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କରିଥିବା ବେଳେ ପଡୋଶୀ ହରିୟାଣା ସରକାର ୧୭ ନଭେମ୍ବର ପର୍ଯ୍ୟନ୍ତ ରାଜ୍ୟରେ ସ୍କୁଲ ବନ୍ଦ ଘୋଷଣା କରିଛନ୍ତି।
ଏହା ଛଡା ନିର୍ମାଣ କାର୍ଯ୍ୟ ଉପରେ ମଧ୍ୟ ସରକାର କଟକଣା ଜାରି କରିଛନ୍ତି। ସରକାରୀ ଓ ଘରୋଇ ଦପ୍ତରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ୱାର୍କଫ୍ରମ ହୋମ ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି। ହରିୟାଣାର ୪ଟି ଜିଲ୍ଲା ଗୁରୁଗ୍ରାମ, ଫରିଦାବାଦ, ସୋନିପତ ଓ ଝଜ୍ଜର ଲାଗି ଏହି ନିୟମ ଲାଗୁ ହୋଇଛି । ତେବେ ରାଜ୍ୟର ଅନ୍ୟ ଭାଗରେ ବିଦ୍ୟାଳୟ, ନିର୍ମାଣ ଓ ସରକାରୀ ଘରୋଇ କାର୍ଯ୍ୟାଳୟ ସ୍ୱଭାବିକ ରହିବ।
ସେପଟେ ପରିସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଥିବାବେଳେ ଏହାର ଗମ୍ଭୀରତାକୁ ହୃଦବୋଧ କରି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ରୋକିବା ଦିଗରେ ଜରୁରିକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ଅରବିନ୍ଦ କେଜରିୱାଲଙ୍କ ଆମ ଆଦମୀ ପାର୍ଟି ସରକାର ଏବଂ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏହା ମଧ୍ୟ ପ୍ରସ୍ତାବ ଦିଆଯାଇଛି ଯେ ପ୍ରଦୂଷଣଜନିତ ଜରୁରୀ ପରିସ୍ଥିତିର ମୁକାବିଲା କରିବାକୁ ଆବଶ୍ୟକ ପଡିଲେ ସେଠାରେ ପଶାସନ ଦୁଇ ଦିନିଆ ତାଲାବନ୍ଦ ଘୋଷଣା କରିବା ଉଚିତ ।
Powered by Froala Editor