ମଣିପୁର ଆତଙ୍କୀ ଆକ୍ରମଣ ପଛରେ ଏହି ସଂଗଠନ
ଦିସପୁର: ମଣିପୁର ଆସାମ ରାଇଫଲର କନଭୟ ଉପରେ ଆତଙ୍କୀ ହମଲା ପାଇଁ ନିଜକୁ ଦାୟୀ କଲା ପିପୁଲ୍ସ ଲିବରେସନ ଆର୍ମି ଓ ମଣିପୁର ନାଗା ପିପୁଲନ୍ସ ଫ୍ରଣ୍ଟ ଆତଙ୍କବାଦୀ ସଂଗଠନ । ଏହି ୨ ଆତଙ୍କବାଦୀ ସଂଗଠନ ମିଳିତ ଭାବେ କନଭୟ ଉପରେ ଆମ୍ବୁସ କରିଥିବା ମାନିଛନ୍ତି ।
ଶନିବାର ଘଟିଥିବା ଆତଙ୍କୀ ହମଲା ପାଇଁ ନିଜକୁ ଦାୟୀ କରିବା ସହ ଏନେଇ ଏକ ଚିଠି ଜାରି କରିଛନ୍ତି । ଚିଠିରେ ହମଲାର ବିସ୍ତୃତ ବିବରଣୀ ଦିଆଯିବା ସହ ଗାଡିରେ କର୍ଣ୍ଣେଲଙ୍କ ପତ୍ନୀ ଓ ପୁଅ ଥିବା ଜାଣିନଥିବା କୁହାଯାଇଛି । ଏଥିସହ ସମ୍ବେଦନଶୀଳ ସ୍ଥାନକୁ ପରିବାର ଲୋକଙ୍କୁ ନନେଇ ଆସିବାକୁ ଏହି ଦୁଇ ସଂଗଠନ ପରାମର୍ଶ ଦେଇଛନ୍ତି ଏବଂ ସରକାର ଯେଉଁ ଅଞ୍ଚଳଗୁଡିକ ସୁରକ୍ଷା ଦୃଷ୍ଟିରୁ ସମ୍ବେଦନଶୀଳ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି, ସେହି ସ୍ଥାନରେ ପରିବାର ଲୋକେ ରହିବା ଠିକ୍ ନୁହେଁ ବୋଲି ଆତଙ୍କୀ ସଂଗଠନ କହିଛି ।ସୂଚନା ଅନୁଯାୟୀ ଗତକାଲି(ଶନିବାର) ମଣିପୁର ଆସାମ ରାଇଫଲ୍ସର କନଭୟ ଉପରେ ବଡ ଧରଣର ଆକ୍ରମଣ ହୋଇଥିଲା । ଏଥିରେ ଜଣେ ୟୁନିଟର କମାଣ୍ଡିଂ ଅଫିସରଙ୍କ ସମେତ ୫ ଜଣ ଯବାନ ଶହୀଦ ହୋଇଛନ୍ତି । ଏଥିସହ ଜଣେ ଯବାନଙ୍କ ପତ୍ନୀ ଏବଂ ପୁଅ ମଧ୍ୟ ପ୍ରାଣ ହରାଇଛନ୍ତି । ଶହୀଦ ହୋଇଥିବା ଯବାନ ବିପ୍ଳବ ତ୍ରିପାଠୀଙ୍କ ପତ୍ନୀ ଓ ପୁଅ ପ୍ରାଣ ହରାଇଥିବା ଜଣାପଡିଛି ।
Powered by Froala Editor