ଦିଲ୍ଲୀରେ ସପ୍ତାହେ ସ୍କୁଲ ବନ୍ଦ
ନୂଆଦିଲ୍ଲୀ: ଦିଲ୍ଲୀରେ ସପ୍ତାହେ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ଘୋଷଣା କରାଯାଇଛି । ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମ କୋର୍ଟ ଉଦ୍ବେଗ ପ୍ରକାଶ କରିବା ସହ ତୁରନ୍ତ ପଦକ୍ଷେପ ନେବାକୁ ନିଦେ୍ର୍ଧଶ ଦେଇଥିଲେ । ଏହାପରେ ଦିଲ୍ଲୀ ସରକାର ଜରୁରୀ ବୈଠକ ଡାକି ସପ୍ତାହେ ପର୍ଯ୍ୟନ୍ତ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ତେଣୁ ପୁଣିଥରେ ଅନଲାଇନ୍ ଶିକ୍ଷାଦାନ କାର୍ଯ୍ୟ କରାଯିବ ଓ ସମସ୍ତ ନିର୍ମାଣ କାର୍ଯ୍ୟ ୪ଦିନ ବନ୍ଦ ରହିବ । ଏହା ସହିତ ସରକାରୀ କର୍ମଚାରୀ ମାନେ ୭ଦିନ ଘରେ ରହି କାମ କରିବେ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜି୍ରୱାଲ ଘୋଷଣା କରିଛନ୍ତି ।
ଏହି ଜରୁରୀକାଳୀନ ବୈଠକରେ ପ୍ରଦୂଷଣ ରୋକିବା ଲାଗି ୪ ପର୍ଯ୍ୟାୟ ନି୍ରୟନ୍ତ୍ରଣ ଯୋଜନା ଲାଗି ନିଷ୍ପତ୍ତି ନିଆଯାଇଛି । ଆଗକୁ ମଧ୍ୟ ବିଭିନ୍ନ ସହରକୁ ଲକ୍ଡାଉନ କରିବା ଲାଗି ଏଥିରେ ଯୋଜନା ରହିଛି ।
ସୂଚନା ଅନୁସାରେ ଦିପାବଳୀ ପରଦିନ ସକାଳ ଠାରୁ ଦିଲ୍ଲୀ ସହର ପ୍ରଦୂଷଣ ଯୋଗୁଁ ଧୂଆଁ ମୟ ହୋଇଯାଇଥିଲା । ଏଠାରେ ଲୋକମାନେ ଗଭୀର ଭାବେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିଥିଲେ ।
Powered by Froala Editor