ଆସନ୍ତାକାଲି ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ
ଭୁବନେଶ୍ୱର:ଆସନ୍ତା କାଲି ଅର୍ଥାତ ନଭେମ୍ବର ୧୫ରୁ ରାଜ୍ୟରେ ଖୋଲିବାକୁ ଯାଉଛି ଷଷ୍ଠ ଓ ସପ୍ତମ ଶ୍ରେଣୀ । ରାଜ୍ୟ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ଦୀର୍ଘ ୧୮ ମାସ ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲିବାକୁ ଯାଉଛି। ଛୋଟ ପିଲାଙ୍କ ସ୍କୁଲ୍ ଖୋଲିବ କି ନ ଖୋଲିବ ଏହାକୁ ନେଇ ବିଚାର ବିମର୍ଶ ଚାଲିଥିଲା। ବର୍ତ୍ତମାନ କରୋନା ସଂକ୍ରମଣ ପ୍ଲାଟୋ ସ୍ଥିତିରେ ରହିଥିବା ବେଳେ ଶିକ୍ଷା କ୍ଷେତ୍ରକୁ ଆଗକୁ ବଢାଇବାକୁ ଏପରି ନିଷ୍ପତି ନିଆଯାଇଛି ।
କରୋନା ସଂକ୍ରମଣ ପାଇଁ ବହୁ ସମୟ ଧରି ରାଜ୍ୟ ତଥା ଦେଶରେ ଶିକ୍ଷା ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିଲେ ମଧ୍ୟ ଏବେ ଧୀରେ ଧୀରେ ସଂକ୍ରମଣ ହାର କମିବା ସହିତ ପିଲାଙ୍କ ଅଫଲାଇନ୍ ପାଠ ପଢା ପୁଣି ଥରେ ଆରମ୍ଭ ହେବାରେ ଲାଗିଛି।
ପୂର୍ବରୁ ନବମ ଓ ଦଶମ ଖୋଲିସାରିଛି। ଅଷ୍ଟମ, ନବମ, ଦଶମ, ଏକାଦଶ, ଦ୍ଵାଦଶ ଶ୍ରେଣୀଗୁଡିକ ବହୁତ ସୁରୁଖୁରୁରେ ରେ ଚାଲିଛି। ତେବେ ବର୍ତ୍ତମାନ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲିବା ନେଇ ସୂଚନା ମିଳିଛି। ସୁଚନା ଅନୁସାରେ ସମସ୍ତ କରୋନା ଗାଇଡ଼ଲାଇନ୍ ଅନୁସାରେ ଷଷ୍ଠ ,ସପ୍ତମ ଶ୍ରେଣୀ ଖୋଲିବ । ଏହା ସହିତ ଅଭିଭାବକଙ୍କ ଅନୁମତି ନିହାତି ଆବଶ୍ୟକ ଜରୁରୀ ବୋଲି ସୁଚନା ଦେଇଛନ୍ତି । କ୍ଲାସ ରୁମ୍କୁ ପରିଷ୍କାର କରିବା ସହ ସାନିଟାଇଜ୍ ମଧ୍ୟ କରାଯାଉଛି ।
Powered by Froala Editor