ହାତୀ ଦାନ୍ତ ଜବତ, ଜଣେ ଅଟକ
ବରଗଡ଼: ହାତୀ ଦାନ୍ତ ଚୋରା ଚାଲାଣ ବେଳେ ଏସଟିଏଫ୍ ଓ ବନ ବିଭାଗର ଚଢ଼ାଉ । ପଦ୍ମପୁର ବନଖଣ୍ଡ କେନ୍ଦୁଭଟା ଛକ ନିକଟରୁ ଚୋରା ଚାଲାଣ ବେଳେ ୩ କେଜି ୩୫୦ ଗ୍ରାମର ହାତୀ ଦାନ୍ତ ଜବତ ହୋଇଛି । ମାମଲାରେ ଲରମ୍ଭା ଥାନା ଅଞ୍ଚଳର ରମେଶ ପ୍ରଧାନଙ୍କୁ ଅଟକ ରଖିଛି ଏସଟିଏଫ୍ । ହାତୀ ଦାନ୍ତ ଚୋରା ଚାଲାଣ ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ୍ ଓ ବନ ବିଭାଗ ରେଡ୍ କରିଥିଲେ । ଚଢ଼ାଉ ବେଳେ ରମେଶଙ୍କ ଠାରୁ ୩ କେଜି ୩୫୦ ଗ୍ରାମର ହାତୀ ଦାନ୍ତ ମିଳିଛି । ବଲାଙ୍ଗିର ପଟରୁ ଚୋରା ଚାଲାଣ କରୁଥିବା ଅନୁମାନ କରାଯାଛି । ଏନେଇ ଅଧିକ ତଦନ୍ତ ଜାରି ରହିଛି ।
Powered by Froala Editor