ତଦନ୍ତକାରୀ ଅଧିକାରୀଙ୍କ ଉପରେ ଚାପ ପକାଇବାକୁ ପ୍ରେସମିଟ୍ ଡାକିଥିଲେ ଡିଆଇଜି:ଲେଖାଶ୍ରୀ
ଭୁବନେଶ୍ୱର: ଉତ୍ତରାଞ୍ଚଳର ଡିଆଇଜି ରାଜନୈତିକ ଦଳର କଥା କହୁଛନ୍ତି । ମମିତା ହତ୍ୟା ମାମଲାରେ ଦୋଷୀକୁ ସୁରକ୍ଷା ଦେଉଛନ୍ତି ଡିଆଇଜି । ଦୋଷୀକୁ ଯିଏ ସୁରକ୍ଷା ଦିଏ, ସେ ଆଇନ ଆଗରେ ଦୋଷୀ । ତଦନ୍ତ ସରିନି, ମଝିରେ ଆସି କହିବା, କେସକୁ ଚାପ ପକାଇବା ସହ ସମାନ । ତଦନ୍ତକାରୀ ଅଧିକାରୀଙ୍କ ଉପରେ ଚାପ ପକାଇବାକୁ ପ୍ରେସମିଟ୍ ଡାକିଥିଲେ ଡିଆଇଜି । ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ କ୍ଲିନଚିଟ୍ ଦେବାକୁ ଚେଷ୍ଟା କରାଯାଇଛି । ଡିଆଇଜି କିପରି ପ୍ରେସମିଟ୍ କରି ମନ୍ତ୍ରୀଙ୍କୁ କ୍ଲିନଚିଟ୍ ଦେଇଦେଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ବିଜେପି ରାଜ୍ୟ ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ।
ସେ କହିଛନ୍ତି, ପୋଲିସ ଜାଣି ଶୁଣି ପ୍ରଭାବଶାଳୀ ଲୋକଙ୍କୁ ଘଣ୍ଟ ଘୋଡ଼ାଉଛି । ମମିତାଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଗଲା, ତାଙ୍କୁ ନ୍ୟାୟ ମିଳିଲାନି । ମମିତାଙ୍କ ପରିବାର ଲୋକ ଏଫଆଇଆର ଦେବାକୁ ୩ଟି ଥାନା ବୁଲିଲେ । କାହିଁକି ପୋଲିସ ଏଫଆଇଆର ରଖିଲାନି ତା'ର ଉତ୍ତର ଦିଆଗଲାନି।
କାଲି ଉତ୍ତରାଞ୍ଚଳ ଡିଆଇଜି ପ୍ରେସମିଟ୍ କରି ଘଟଣାକୁ ଆହୁରି ସଙ୍ଗୀନ କରିଛନ୍ତି । ଦୋଷୀଙ୍କୁ ଘଣ୍ଟ ଘୋଡ଼ାଇବା ପାଇଁ ପ୍ରୟାସ କରାଯାଇଛି । ମମିତାଙ୍କ ବାପା ସୋସିଆଲ୍ ମିଡିଆରେ ବଡ଼ ଅଭିଯୋଗ କରୁଥିବା ଭିଡିଓ ଆସିଛି । ମମିତା ସେହି ସ୍କୁଲରେ ଅନୈତିକ କାରବାର ଚାଲିଥିଲା ବୋଲି ଜାଣିଥିଲେ । ଉତ୍ତରାଞ୍ଚଳର ଡିଆଇଜି ରାଜନୈତିକ ଦଳର କଥା କହୁଛନ୍ତି । ଡିଆଇଜି କିପରି ପ୍ରେସମିଟ୍ କରି ମନ୍ତ୍ରୀଙ୍କୁ କ୍ଲିନଚିଟ୍ ଦେଇଦେଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ଲେଖାଶ୍ରୀ ।
Powered by Froala Editor