ରାଜ୍ୟରେ ୨୬୨ କୋଭିଡ୍ ପଜିଟିଭ୍ ଚିହ୍ନଟ
ଭୁବନେଶ୍ଵର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୬୨ ଆକ୍ଟିଭ୍ କେସ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷ ବୟସର ୪୨ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ୧୫୩ ଜଣ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୧୦୯ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୪୫୪୭୧ଜଣକୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।
୨୦ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୧୩୨ ଜଣ, କଟକରୁ ୨୧ ଜଣ, ସମ୍ବଲପୁରରୁ ୧୪ ଜଣ, ବଲେଶ୍ବରରୁ ୧୨ ଜଣ, କେନ୍ଦ୍ରାପଡ଼ାରୁ ୮ ଜଣ, ଯାଜପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ୬ ଜଣ ଲେଖାଁଏ, ଭଦ୍ରକ ଓ ଢ଼େଙ୍କାନାଳ ଜିଲ୍ଲାରୁ ୫ ଜଣ ଲେଖାଁଏ, ଦେବଗଡ଼ ଓ ଜଗତସିଂହପୁର ଜିଲ୍ଲାରୁ ୩ ଜଣ ଲେଖାଁଏ, ଗଞ୍ଜାମ, ଝାରସୁଗୁଡ଼ା ଓ ନୟାଗଡ଼ ଜିଲ୍ଲାରୁ ୨ ଜଣ ଲେଖାଁଏ, ବରଗଡ଼,କୋରାପୁଟ, ମାଲକାନଗିରି, ପୁରୀ ଓ ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଁଏ ଏବଂ ଷ୍ଟେଟ୍ ପୋଲ୍ରୁ ୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୫୪୭୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୭୪୧ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୩୪୩୦୦ ଜଣ ସୁସ୍ଥ ହୋଇଛନ୍ତି ।
Powered by Froala Editor