ବୃଦ୍ଧ ଦମ୍ପତିଙ୍କୁ ହତ୍ୟା

ଭଞ୍ଜନଗର: ବୃଦ୍ଧ ଦମ୍ପତି ଙ୍କୁ ମାରଣାସ୍ତ୍ରରେ ହାଣି ହତ୍ୟା କରାଯିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ଶିଶୁଣ୍ଡା ଗାଁ କାଜୁ ଜଙ୍ଗଲରେ ବୃଦ୍ଧ ଦମ୍ପତିଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି । ଏନେଇ ଖବର ପାଇ ଜଗନ୍ନାଥପ୍ରସାଦ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ବୃଦ୍ଧ ଦମ୍ପତିଙ୍କୁ କିଏ ହତ୍ୟା କରିଛି ଏବଂ କ’ଣ ପାଇଁ ହତ୍ୟା କରିଛି ସେ ସମ୍ପର୍କରେ କିଛଇ ଜଣାପଡ଼ିନାହିଁ ।
ପ୍ରକାଶ ଯେ, କାଜୁ ଜଙ୍ଗଲରେ ଦମ୍ପତି ଜଣକ ଜଗୁଆଳୀଭାବେ କାମ କରୁଥିଲେ । ତେବେ ଆଜି ଜଙ୍ଗଲରେ ମୃତଦେହ ପଡ଼ିଥିବା ନିକଟସ୍ଥ କିଛି ଲୋକ ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣଶସ୍ଥଳରେ ପହଞ୍ଚି ଶବ ଜବତ କରିଥିବାବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।
Powered by Froala Editor