ସରକାର ଦିବ୍ୟଶଙ୍କରଙ୍କ ଟୁର୍ ପ୍ରୋଗ୍ରାମ ସାର୍ବଜନୀନ କରନ୍ତୁ : ଭକ୍ତ ଦାସ

ଭୁବନେଶ୍ୱର: ରାଜ୍ୟରେ ଥମୁନି ମମିତା ମେହେର ମର୍ଡର ତାତି । ବିରୋଧିଙ୍କ ହୋହାଲ୍ଲା ମଧ୍ୟରେ କମ୍ପୁଛି ରାଜ୍ୟ । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଲିଙ୍କ ଥିବା ନେଇ ରାଜ୍ୟ ସରକାରଙ୍କୁ ଘେରୁଛନ୍ତି ବିରୋଧୀ । ଗୋଟିଏ ପଟେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧି ଅଡି ବସିଥିବାବେଳେ ଏନେଇ ଅଧିକାଂଶ ମନ୍ତ୍ରୀ କଳାପତକା ପ୍ରଦର୍ଶନର ସମ୍ମୁଖୀନ ହେଉଛନ୍ତି ।। ଏପରିକି ଅଧିକାଂଶ ମନ୍ତ୍ରୀଙ୍କୁ ମଧ୍ୟ ଅଣ୍ଡାମାଡ଼ କରାଯାଉଛି । ଏହାରି ଭିତରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ ।
ମମିତା ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରିଛନ୍ତି ଭକ୍ତ ଦାସ । ଏହାସହ ହାଇକୋର୍ଟ ବିଚାରପତିଙ୍କ ତତ୍ୱାବଧାନରେ ତଦନ୍ତ କରିବାକୁ ଦାବି କରିଛନ୍ତି । ମମିତା ମେହେର ହତ୍ୟା ଘଟଣାରେ ଯେତେ ବଡ ଲୋକ ହୋଇଥିଲେ ମଧ୍ୟ ଦଣ୍ଡ ଦିଆଯାଉ ବୋଲି କହିଛନ୍ତି ଭକ୍ତ ଦାସ । ପ୍ରଥମରୁ ମମିତାଙ୍କ ବାପା ମା ମନ୍ତ୍ରୀଙ୍କ ନାଁରେ ସଂଗୀନ ଅଭିଯୋଗ ଆଣିଥିଲେ । ସେପ୍ଟେମ୍ବର ମାସ ବିଧାୟକ ସନ୍ତୋଷ ସିଂହ ସଲୁଜା ଅଭିଯୋଗ ଆଣିଥିଲେ, ଯେ ମନ୍ତ୍ରୀ, ଗୋବିନ୍ଦ ସାହୁ ଏବଂ ମମିତା ସାହୁ ରାୟପୁର ଯାଇଥିଲେ । ହେଲେ ଆରଟିଆଇରେ ମିଳିଥିବା ତଥ୍ୟ ଅନୁଯାୟୀ, ମନ୍ତ୍ରୀଙ୍କ ଟୁର୍ ପ୍ରୋଗ୍ରାମରେ କିଛି ଉଲ୍ଲେଖ ନାହିଁ । ରାଜ୍ୟ ସରକାର ସେପ୍ଟେମ୍ବର ୧୫ରୁ ୧୯ ପର୍ୟ୍ୟନ୍ତ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଟୁର୍ ପ୍ରୋଗ୍ରାମ ସାର୍ବଜନୀନ କରନ୍ତୁ । ମମିତା ହତ୍ୟା ମାମଲାରେ ବଲାଙ୍ଗୀର ଏସପି ଓ ଡିଆଇଜିଙ୍କ କାର୍ୟ୍ୟକଳାପକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏବଂ ଘଟଣାରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ରହିଥିବା ବେଳେ ଅଭିଯୁକ୍ତଙ୍କ କଲ ଡିଟେଲ୍ସ ସାମ୍ନାକୁ ଆଣିଲେ ପୁରା ସତ ଜଣାପଡିବ ବୋଲି କହିଛନ୍ତି ଭକ୍ତ ଦାସ ।
ମମିତା ମେହେର ହତ୍ୟାର କାରଣ କେହି କହିପାରୁନାହାନ୍ତି । ବହୁତ ଜଘନ୍ୟ ହତ୍ୟା ହୋଇଛି । ତଥ୍ୟକୁ ଘୋଡେଇ ଦେବା ଭଳି ଷଡ଼ଯନ୍ତ୍ର ହୋଇଛି । ଏ ଘଟଣା ଜଣଙ୍କର କାମ ନୁହେଁ । ଗୋଟିଏ ଗ୍ରୁପ ଏଥିରେ ସମ୍ପୃକ୍ତ ଅଛନ୍ତି । ୮ ତାରିଖରୁ ୧୯ ତାରିଖ ପର୍ୟ୍ୟନ୍ତ ମନ୍ତ୍ରୀ ପଦେ ହେଲେ କଥା କହିଲେ ନାହିଁ । ସେହି ନିର୍ବାଚନ ମଣ୍ଡଳୀର ବିଧାୟକ ହୋଇଥିବା ବେଳେ ଦିବ୍ୟ ଶଙ୍କର କିଛି କହିଲେ ନାହିଁ କାହିଁକି । ମନ୍ତ୍ରୀ ଓ ତାଙ୍କ ଲୋକଙ୍କର ଫୋନ କଲ ଯାଞ୍ଚ କରାଗଲା ନାହିଁ ।
Powered by Froala Editor