ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼
ଭୁବନେଶ୍ୱର: ରାଜ୍ୟରେ ଥମୁନି ମମିତା ମେହେର ମର୍ଡର ତାତି । ବିରୋଧିଙ୍କ ହୋହାଲ୍ଲା ମଧ୍ୟରେ କମ୍ପୁଛି ରାଜ୍ୟ । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଲିଙ୍କ ଥିବା ନେଇ ରାଜ୍ୟ ସରକାରଙ୍କୁ ଘେରୁଛନ୍ତି ବିରୋଧୀ । ଗୋଟିଏ ପଟେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧି ଅଡି ବସିଥିବାବେଳେ ଏନେଇ ଅଧିକାଂଶ ମନ୍ତ୍ରୀ କଳାପତକା ପ୍ରଦର୍ଶନର ସମ୍ମୁଖୀନ ହେଉଛନ୍ତି । ଏପରିକି ଅଧିକାଂଶ ମନ୍ତ୍ରୀଙ୍କୁ ମଧ୍ୟ ଅଣ୍ଡାମାଡ଼ କରାଯାଉଛି ।
ଏହାରି ଭିତରେ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ । ବରଗଡ଼ ଏକାମ୍ର ଛକରେ ବିଧାୟିକାଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରିଛନ୍ତି କଂଗ୍ରେସ କର୍ମୀ । ଆଜି ଗବରଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟକ୍ରମ ଥିବା ବେଳେ ଏଭଳି ଘଟଣା ସାମ୍ନାକୁ ଆସିଛି । ମମିତା ମେହେର ହତ୍ୟା ପ୍ରସଙ୍ଗରେ ଶାସକ ଦଳକୁ ଘେରିବା ପାଇଁ ବିରୋଧୀ କଂଗ୍ରେସ ଓ ବିଜେପି ଅଣ୍ଡାମାଡକୁ ମୁଖ୍ୟ ଅସ୍ତ୍ର କରିଛନ୍ତି । ପଂଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିକୁ ବେଶ ଉଷୁମ କରିବାରେ ଲାଗିଛି ଏହି ଅଣ୍ଡାମାଡ଼ ।
Powered by Froala Editor