ଏନ୍କାଉଣ୍ଟର: ୨ ଜଣ ଆତଙ୍କବାଦୀ ନିହତ

ଶ୍ରୀନଗର: ସୁରକ୍ଷା ବାହିନୀର ଏନ୍କାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଜମୁ କଶ୍ମୀରର କୁଲଗାମରେ ଏନ୍କାଉଣ୍ଟର ହୋଇଛି। ଛାୱଲଗାମରେ ୨ରୁ ୩ ଜଣ ଆତଙ୍କବାଦୀଙ୍କୁ ସୁରକ୍ଷାବାହିନୀର ଯବାନମାନେ ଘେରିଛନ୍ତି। ସୂଚନା ମିଳିଥିଲା ଯେ, ଏହି ଅଞ୍ଚଳରେ ଆତଙ୍କବାଦୀମାନେ ଚଳପ୍ରଚଳ କରୁଛନ୍ତି। ଏହି ସୂଚନା ଆଧାରରେ ସୁରକ୍ଷାବାହିନୀମାନେ ସର୍ଚ୍ଚ ଅପରେଶନ ଚଳାଇଥିଲେ। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଜଣେ ଆତଙ୍କବାଦୀ ଏନକାଉଣ୍ଟରରେ ନିହତ ହୋଇଛି।
ଏହା ବ୍ୟତୀତ ସୁରକ୍ଷା ବାହିନୀର ଯବାନମାନେ ଅନ୍ୟ ଏକ ଏନ୍କାଉଣ୍ଟରରେ ଆଉ ଜଣେ ଆତଙ୍କବାଦୀକୁ ନିହତ କରିଛନ୍ତି। ବେମିନା ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ସେନାର ଅପରେଶନ ବେଳେ ଏନକାଉଣ୍ଟର ହୋଇଥିଲା। ଫଳରେ ଆତଙ୍କବାଦୀ ନିହତ ହୋଇଥିଲା।
Powered by Froala Editor