ଭାରତରେ ୧୨୫୧୬ ନୂଆ ସଂକ୍ରମିତ, ୫୦୧ ମୃତ
ନୂଆଦିଲ୍ଲୀ: ଦେଶରେ ନିୟନ୍ତ୍ରଣାଧୀନ ରହିଛି ମହାମାରୀ । ପ୍ରତ୍ୟହ ୧୫ ହଜାର ତଳେ ରହୁଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରୁ ୧୨,୫୧୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ କମୁଥିଲେ ହେଁ ମୃତ୍ୟୁସଂଖ୍ୟା କମିବାର ନାଁ ଧରୁନି । ଗୋଟିଏ ଦିନରେ ଦେଶରେ ୫୦୧ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ବର୍ତ୍ତମାନ ଭାରତରେ ୧,୩୭,୪୧୬ଟି ସକ୍ରିୟ ମାମଲା ରହିଛି । ଯାହାକି ଗତ ୨୬୭ ଦିନ ମଧ୍ୟରେ ସର୍ବନିମ୍ନ । ସେହିପରି ଆଜିର ନୂତନ ସଂକ୍ରମିତଙ୍କୁ ମିଶାଇ ଦେଶର ମୋଟ ପଜିଟିଭ ମାମଲା ୩,୪୪,୧୪,୧୮୬କୁ ବୃଦ୍ଧି ପାଇଛି । ପୁଣି ୫୦୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଏବେ ମୋଟ କୋରୋନା ଜନିତ ମୃତ୍ୟୁସଂଖ୍ୟା ୪,୬୨,୬୯୦ରେ ପହଞ୍ଚିଛି ।ଗତ ୨୪ ଘଣ୍ଟାରେ କେରଳ(୭,୨୨୪), ମହାରାଷ୍ଟ୍ର (୯୯୭), ପଶ୍ଚିମବଙ୍ଗ(୮୫୪), ତାମିଲନାଡୁ (୮୨୦) ଏବଂ ମିଜୋରାମ(୬୩୧)ଆଦି ୫ଟି ରାଜ୍ୟରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
Powered by Froala Editor