ପ୍ରଦୂଷଣରେ ଅଣନିଶ୍ୱାସୀ ଦିଲ୍ଲୀବାସୀ : କମିଲା ଭିଜିବିଲିଟି
ଦିଲ୍ଲୀ ବାୟୁ ପ୍ରଦୂଷଣରେ କଷ୍ଟ ଭୋଗୁଛନ୍ତି ରାଜଧାନୀବାସୀ । ଦୀପାବଳି ପରଠାରୁ ସ୍ଥିତି ଦିନକୁ ଦିନ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଅଣାୟତ ହେବାରେ ଲାଗିଛି । ଦୀପାବଳିରେ ବାଣ ଫୁଟାଇବା ପାଇଁ କଟକଣା ଲଗାଇଥିଲେ ଦିଲ୍ଲୀ ସରକାର । କିନ୍ତୁ ଏହି ନିୟମକୁ ଅଣଦେଖା କରି ବାଣ ଫୁଟାଇଥିଲେ ଦିଲ୍ଲୀବାସୀ । ଯାହା ଫଳରେ ଦିଲ୍ଲୀରେ AQI ଅତ୍ୟନ୍ତ ଖରାପ ସ୍ତରକୁ ଚାଲି ଯାଇଛି ।
ଶୁକ୍ରବାର ସକାଳେ ଜାତୀୟ ରାଜଧାନୀ ଦିଲ୍ଲୀରେ ବାୟୁମାନ ‘ଅତି ଖରାପ’ ହୋଇଯାଇଥିବା କଥା ବାୟୁ ମାନ ଉପରେ ଦୃଷ୍ଟି ରଖୁଥିବା ‘ମିନିଷ୍ଟ୍ରି ଅଫ୍ ଆର୍ଥ ସାଇନ୍ସେସ୍’ର ‘ସିଷ୍ଟମ୍ ଅଫ୍ ଏୟାର୍ କ୍ବାଲିଟି ଆଣ୍ଡ୍ ୱେଦର୍ ଫୋର୍କାଷ୍ଟିଙ୍ଗ୍ ଆଣ୍ଡ୍ ରିସର୍ଚ’ (ସଫର୍) କହିଛି। ‘ସଫର’ କହିବା ଅନୁସାରେ, ଦିଲ୍ଲୀରେ ହାରାହାରି ‘ଏୟାର୍ କ୍ବାଲିଟି ଇଣ୍ଡେକ୍ସ୍’ (ଏକ୍ୟୁଆଇ) ୩୬୦ ରହିଛି।
‘ସେଣ୍ଟର୍ ଫର୍ ସାଇନ୍ସ୍ ଆଣ୍ଡ୍ ଏନ୍ଭାଇରୋନ୍ମେଣ୍ଟ୍’ (ସିଏସ୍ଇ) କହିଛି, ପବନ ପ୍ରବାହିତ ହେଉଥିଲେ ମଧ୍ୟ ସହରରେ ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପ ଅଭାବ ଚଳିତ ବର୍ଷ ଅଧିକ ସମୟ ଧୂଆଁ ରହିବାର କାରଣ ହୋଇପାରେ।
ବାୟୁ ପ୍ରଦୂଷଣ ପାଇଁ ଭିଜିବିଲିଟି ଉପରେ ଏହାର ପ୍ରଭାବ ପଡ଼ିଛି । ପବନରେ ଧୂଆଁର ମୋଟ ଚାଦର ଦେଖାଯାଉଛି । କୁତୁବ ମିନାର, ଲୋଟସ ଟାଓ୍ୱାର ଏବଂ ଅକ୍ଷରଧାମ ମନ୍ଦିରର ପାଖରେ କମ୍ ଭିଜିବିଲିଟି ରେକର୍ଡ କରାଯାଇଛି । ଏଥିସହ ବିଷାକ୍ତ ପବନ ପାଇଁ ସାଧାରଣ ଲୋକ ନିଶ୍ୱାସ ନେବାରେ ମଧ୍ୟ କଷ୍ଟ ଅନୁଭବ କରୁଛନ୍ତି ।
Powered by Froala Editor