ପ୍ରେମିକ ଫରହାନଙ୍କ ସହ ମୋନାଲିସା କେରଳ ପୁଲିସର ଦ୍ୱାରସ୍ଥ
ଏକଦା ବେଶ ଚର୍ଚ୍ଚାରେ ରହିଥିବା ଭାଇରାଲ ଗାର୍ଲ ମୋନାଲିସା ଏବେ ପୁଣି ଏକ ଘଟଣା ପାଇଁ ପାଲଟିଛନ୍ତି ଶିରୋନାମା । ସେ ପ୍ରେମିକ ଫରମାନଙ୍କୁ ବାହା ହୋଇଛନ୍ତି । ପରିବାର ଲୋକେ ଏହାକୁ ବିରୋଧ କରୁଥିବାବେଳେ ସେ ସୁରକ୍ଷା ପାଇଁ କେରଳମର ତିରୁବନ୍ତପୁରମର ଥାମ୍ପାନୁର ପୁଲିସ ଷ୍ଟେସନରେ ପହଞ୍ଚିଛନ୍ତି ।
ସେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ବାପା ଜୟସିଂହ ଭୋସଲେ ତାଙ୍କୁ ଅନ୍ୟଙ୍କୁ ବିବାହ କରିବାକୁ ବାଧ୍ୟ କରୁଛନ୍ତି। ପରିବାର ଧମକ ଯୋଗୁ ସେ ମଧ୍ୟପ୍ରଦେଶ ଛାଡିବାକୁ ବାଧ୍ୟ ହୋଇଥିବା କହିଛନ୍ତି। ମୋନାଲିସାଙ୍କ ଅନୁଯାୟୀ, ତାଙ୍କୁ ତାଙ୍କ ପରିବାର ପକ୍ଷରୁ ଧମକ ଦିଆଯାଉଥିଲା। ସେ ସୁରକ୍ଷା ପାଇଁ କେରଳ ଚାଲିଆସିଛନ୍ତି। କାରଣ ସେ ଅନୁଭବ କରୁଛନ୍ତି ଯେ, ଏହା ଏକ ସୁରକ୍ଷିତ ସ୍ଥାନ। ସେ ତିରୁବନନ୍ତପୁରମର ଟାମ୍ପନୁର ପୁଲିସ ଷ୍ଟେସନରେ ପହଞ୍ଚି ସୁରକ୍ଷା ମାଗିଛନ୍ତି।
ମୋନାଲିସାଙ୍କ ସହିତ ଥିବା ଯୁବକ ଫରମାନ ତାଙ୍କ ପ୍ରେମିକ। ସେମାନେ ବତ ଦେଢ଼ ବର୍ଷ ଧରି ସମ୍ପର୍କରେ ଅଛନ୍ତି। କିନ୍ତୁ ବାପା ସେମାନଙ୍କ ସମ୍ପର୍କ ବିରୋଧ କରୁଛନ୍ତି। ଫେସବୁକରୁ ଦୁହିଁଙ୍କର ପରିଚୟ ହୋଇଥିଲା। ପରେ କଥାବାର୍ତ୍ତାରୁ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। କାଗଜପତ୍ର ଯାଞ୍ଚ୍ କରିବା ପରେ, ପୁଲିସ ମୋନାଲିସାଙ୍କୁ ପ୍ରାପ୍ତବୟସ୍କ ବୋଲି ଜାଣିପାରିଛି। ତାଙ୍କୁ ନିଜ ଇଚ୍ଛା ଅନୁସାରେ ଜୀବନଯାପନ କରିବାକୁ ଅନୁମତି ଦିଆଯାଇଛି। ପୁଲିସ ତାଙ୍କ ବାପାଙ୍କୁ ମଧ୍ୟ ଷ୍ଟେସନକୁ ଡକାଇଛି।
ସେମାନେ ପ୍ରାପ୍ତ ବୟସ୍କ ହୋଇଥିବାରୁ ଏକାଠି ରହିବା ପାଇଁ ମଧ୍ୟ ଅନୁମତି ଦେଇଥିଲେ । ତେବେ ସେମାନଙ୍କୁ ସୁରକ୍ଷା ଦେବାକୁ ପୁଲିସ ପକ୍ଷରୁ ପ୍ରତିଶୃତି ମଧ୍ୟ ଦିଆଯାଇଛି ।
Powered by Froala Editor