ସମ୍ପୂର୍ଣ୍ଣ ଟିକା ନେଇଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ କରୋନା ମୃତ୍ୟୁ ଆଶଙ୍କା ୧୬ ଗୁଣା କମ

ନୂଆଦିଲ୍ଲୀ: ସମ୍ପୂର୍ଣ୍ଣ ଟିକା ନେଇଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ କରୋନାରେ ମୃତ୍ୟୁ ହେବାର ଆଶଙ୍କା ୧୬ ଗୁଣା କମ ଏବଂ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି ହେବାର ଆଶଙ୍କା ବି କମ ରହିଛି । ଅଧ୍ୟୟନରୁ ଜଣାଯାଇଛି ଯେ, ଟିକା ନେଇନଥିବା ୧୦୦,୦୦୦ ଲୋକଙ୍କ ମଧ୍ୟରୁ ପ୍ରାୟ ୧୬ ଜଣଙ୍କ କରୋନାରେ ମୃତ୍ୟୁ କିମ୍ବା ଆଇସିୟୁରେ ଭର୍ତ୍ତି ହେଉଥିବା ବେଳେ ଟିକା ନେଇଥିବା ୧୦୦,୦୦୦ ଲୋକଙ୍କ ମଧ୍ୟରୁ ଜଣଙ୍କର କରୋନାରେ ମୃତ୍ୟୁ ହେଉଛି । ଅଷ୍ଟ୍ରେଲିଆର ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି ଏବଂ ଆମେରିକାର ଟେକ୍ସାସରେ ମଧ୍ୟ ଏ ନେଇ ପୃଥକ ଭାବେ ତଥ୍ୟ ସଂଗ୍ରହ ହୋଇଛି । ଟିକା ନେଇନଥିବା ଲୋକ ଟିକା ନେଇଥିବା ଲୋକଙ୍କଠାରୁ ୨୦ ଗୁଣା ଅଧିକ ବିପଦରେ ଅଛନ୍ତି ବୋଲି ୪ ସପ୍ତାହର ଅଧ୍ୟୟନରୁ ଜଣାପଡ଼ିଛି । ୩୦ରୁ ୪୦ ବର୍ଷ ମଧ୍ୟରେ ଟିକା ନେଇନଥିବା ଲୋକଙ୍କ କ୍ଷେତ୍ରରେ ମୃତ୍ୟୁ ବିପଦ ୪୮ ଗୁଣା ଅଧିକ ଥିବାବେଳେ ୪୦ରୁ ୫୦ ବର୍ଷ ବୟସ ବର୍ଗରେ ଥିବା ଲୋକଙ୍କ କ୍ଷେତ୍ରରେ ମୃତ୍ୟୁ ଆଶଙ୍କା ୬୩ ଗୁଣା ଅଧିକ । କରୋନା ମହାମାରୀ ମଧ୍ୟ ବିଭିନ୍ନ ରାଷ୍ଟ୍ରରେ ଲୋକଙ୍କ ହାରାହାରି ଆୟୁ ଉପରେ ପ୍ରଭାବ ପକାଇଛି ଏବଂ ଆୟୁ ନଷ୍ଟ ନଷ୍ଟ ହେଉଛି ।
Powered by Froala Editor