ବିର୍ସାମୁଣ୍ଡା ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ଭାବେ ହେବ ପାଳନ

ନୂଆଦିଲ୍ଲୀ: ମହାନ୍ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯିବ । ଏନେଇ କେନ୍ଦ୍ର କ୍ୟାବିନେଟ୍ର ମଂଜୁରୀ ମିଳିଛି । ଏଥିପାଇଁ ନଭେମ୍ବର ୧୫ରୁ ୨୨ ପର୍ୟ୍ୟନ୍ତ ସପ୍ତାହେବ୍ୟାପୀ ବିଭିନ୍ନ କାର୍ୟ୍ୟକ୍ରମ ଆୟୋଜନ କରାଯିବ । କେନ୍ଦ୍ର କ୍ୟାବିନେଟର ଏହି ନିଷ୍ପତ୍ତି ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜୁନ୍ ମୁଣ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ଏକ ଯୁଗାନ୍ତକାରୀ ନିଷ୍ପତ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହି ନିର୍ଣ୍ଣୟ ଓଡ଼ିଶା ସମେତ ଦେଶର ଜନଜାତି ସଂପ୍ରଦାୟର ପୂର୍ବ ବୀରଗାଥା ଓ ଗୌରବମୟ ଇତିହାସକୁ ଉଜ୍ଜୀବିତ କରିବା ସହ ସେମାନଙ୍କ ସଂସ୍କୃତି, ପରମ୍ପରା ସାରା ଭାରତବର୍ଷରେ ଆଦୃତ ହେବ ।
ଏହାବ୍ୟତିତ କେନ୍ଦ୍ର କ୍ୟାବିନେଟର ବିଭିନ୍ନ ନିଷ୍ପତି ନେଇ ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଆଗାମୀ ୨୦୨୧-୨୨ରେ ଆଖୁ ଚାଷ ସମୟରେ ଇଥାନଲ ବ୍ଲେଣ୍ଡିଂ ପ୍ରୋଗ୍ରାମ ଅନ୍ତର୍ଗତ ଆଖୁଛେଦାରୁ ପ୍ରସ୍ତୁତ ଇଥାନଲକୁ ଅଧିକ ମୂଲ୍ୟରେ କିଣିବା ପାଇଁ ନିଷ୍ପତି ନିଆଯାଇଛି । ଏହାଦ୍ୱାରା ଇଥାନଲ ଯୋଗାଣକାରୀ ଏବଂ ଚାଷୀମାନେ ଅଧିକ ଲାଭବାନ ହେବେ । ସେହିପରି ବର୍ଷ ୨୦୧୪-୧୫ ରୁ ୨୦୨୦-୨୧ ବର୍ଷ ପର୍ୟ୍ୟନ୍ତ କପାର ସର୍ବନିମ୍ନ ସହାୟକ ମୂଲ୍ୟର କ୍ରୟ ପାଇଁ ଭାରତୀୟ କପା ଆୟୋଗକୁ ସିଧାସଳଖ ଚାଷୀଙ୍କୁ ସାହାଯ୍ୟ କରିବା ପାଇଁ ୧୭ ହଜାର ୪୦୮ କୋଟି ଟଙ୍କା ମଞ୍ଜୁର କରାଯାଇଛି ।
Powered by Froala Editor