ରାଜ୍ୟରେ ୨୭୧ କୋଭିଡ୍ ପଜିଟିଭ୍ ଚିହ୍ନଟ
ଭୁବନେଶ୍ଵର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୭୧ ଆକ୍ଟିଭ୍ କେସ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷ ବୟସର ୬୦ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ୧୫୮ ଜଣ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୧୧୩ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ୧୦୪୪୬୯୯ ଜଣକୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।
୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରୁ ୧୧୨ ଜଣ, କଟକ ୨୩ ଜଣ, ସମ୍ବଲପୁରରୁ ୨୦ ଜଣ, ବାଲେଶ୍ବରରୁ ୧୪ ଜଣ, ଯାଜପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୦ ଜଣ ଲେଖାଁଏ, ଦେବଗଡ଼ରୁ ୮ ଜଣ, ଜଗତସିଂହପୁରର ଓ ପୁରୀ ଜିଳ୍ଲାରୁ ୭ ଜଣ ଲେଖାଁଏ, ଢ଼େଙ୍କାନାଳ,ମାଲକାନଗିରି ଓ ମୟୂରଭଞ୍ଜ ଜିଲ୍ଲାରୁ ୫ ଜଣ ଲେଖାଁଏ, ରାୟଗଡ଼ାରୁ ୪ ଜଣ, ଭଦ୍ରକ, ଝାରସୁଗୁଡ଼ା, କଳାହାଣ୍ଡି ଓ କେନ୍ଦ୍ରାପଡ଼ା ଜିଳ୍ଳାରୁ ୨ ଜଣ ଲେଖାଁଏ, ବଲାଙ୍ଗୀର, ନୟାଗଡ଼ ଓ ସୋନପୁର ଜିଲ୍ଲାରୁ ଜଣେ ଲେଖାଁଏ ଏବଂ ଷ୍ଟେ୍ଟ ପୋଲ୍ରୁ ୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୪୬୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୯୩୨ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୩୩୩୪୪ଜଣ ସୁସ୍ଥ ହୋଇଛନ୍ତି ।
Powered by Froala Editor