ମାନିଲା ପାକିସ୍ତାନ ସରକାର: ଇସଲାମାବାଦରେ ହେବ ପ୍ରଥମ ହିନ୍ଦୁ ମନ୍ଦିର
ବହୁ ବାଦ ବିବାଦ ପରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ହେବାକୁ ଯାଉଛି ପ୍ରଥମ ହିନ୍ଦୁ ମନ୍ଦିର । ସେଠିକାର ସରକାର ପ୍ରଥମେ ହିନ୍ଦୁ ମନ୍ଦିର ପାଇଁ ଆବଣ୍ଟିତ ଜମିକୁ ରଦ୍ଦ କରିଦେଇଥିଲେ। ପ୍ରଥମେ ଏହି ଜମିରେ ହିନ୍ଦୁ ମନ୍ଦିର, ଶ୍ମସାନ ଘାଟ ଓ ସାମୁଦାୟିକ କେନ୍ଦ୍ର ନିର୍ମାଣ ହେବା ନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେଇଥିଲା । ଏ ନେଇ ବାରମ୍ବାର ଆଲୋଚନା ପରେ ଶେଷରେ ହିନ୍ଦୁ ମନ୍ଦିର ନିର୍ମାଣ କରାଯିବା ନେଇ ନିଷ୍ପତ୍ତି ହୋଇଛି ।
ଇସଲାମାବାଦରେ ୦.୫ ଏକର ଜମିକୁ ୨୦୧୬ ମସିହାରେ ହିନ୍ଦୁ ସମୁଦାୟ ପାଇଁ ଆବଣ୍ଟିତ କରାଯାଇଥିଲା । ଏହି ଜମିରେ ହିନ୍ଦୁ ମନ୍ଦିର, ଶ୍ମସାନ ଘାଟ ଓ ସାମୁଦାୟିକ କେନ୍ଦ୍ର ନିର୍ମାଣ କରାଯିବାକୁ ନିଷ୍ପତ୍ତି ହୋଇଥିଲା । ଆବଣ୍ଟନ ରଦ୍ଦ ହେବା ଖବର ଆସିବା ପରେ ସୋସିଆଲ ମିଡିଆରେ ହିନ୍ଦୁ ସମୁଦାୟ ପ୍ରତିକ୍ରିୟା ପ୍ରକାଶ କରିଥିଲା । ସିଡିଏ ତାର ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ହିନ୍ଦୁ ସମୁଦାୟ ଦାବି କରିଥିଲା । ଏହାପରେ ସିଡିଏ ପକ୍ଷରୁ ଉକ୍ତ ଜମିରେ ହିନ୍ଦୁ ମନ୍ଦିର ନିର୍ମାଣ କରିବାକୁ ଅନୁମତି ଦେଇଛି ।
Powered by Froala Editor