ଓଡ଼ିଶାର ଥଣ୍ଡା ସହର ଦାରିଙ୍ଗବାଡି
ଭୁବନେଶ୍ୱର: ସାରା ରାଜ୍ୟରେ କମୁଛି ତାପମାତ୍ରା । ୬ ସହରରେ ୧୫ ଡିଗ୍ରୀ ତଳେ ରହିଛି ରାତିର ତାପମାତ୍ରା । ୧୧ ଡିଗ୍ରୀ ସହ ଆଜି ବି ଦାରିଙ୍ଗବାଡି ଓଡ଼ିଶାର ଥଣ୍ଡା ସହର । ଫୁଲବାଣୀରେ ୧୩.୨ ଡ଼ିଗ୍ରୀ, ଟିଟଲାଗଡରେ ୧୪.୫ ଡ଼ିଗ୍ରୀ, ଝାରସୁଗୁଡା ରେ ୧୪.୬ ଡ଼ିଗ୍ରୀ, କେନ୍ଦୁଝର ରେ ୧୪ .୮ ଡ଼ିଗ୍ରୀ, ଏବଂ ସୋନପୁର ରେ ୧୪.୯ ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ । ଭୁବନେଶ୍ୱର ରେ ୧୮.୫ଡ଼ିଗ୍ରୀ ଏବଂ କଟକ ରେ ୧୮.୪ ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ । ଆଗାମୀ ୨୪ ଘଣ୍ଟା ପରେ ଧୀରେ ଧୀରେ ରାତ୍ରି ତାପମାତ୍ରା ୨ ରୁ ୩ ଡ଼ିଗ୍ରୀ ବଢିବାର ସମ୍ଭାବନା ସହ ଶୀତର ପ୍ରଭାବ କମିବ । ତେବେ ୧୩ ତାରିଖ ଯାଏଁ ଜାରି ରହିବ ଶୀତର ପ୍ରଭାବ ରହିବ ।
ଅନ୍ୟପକ୍ଷରେ ଶୀତ ବଢୁଥିବା ବେଳେ ଓଡ଼ିଶାକୁ ଲଘୁଚାପ ଭୟ ଘାରିଛି । ଆଜିଠୁ ଆସନ୍ତା ୧୩ ତାରିଖ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାରେ କୋହଲା ପାଗ ରହିବ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନିଭୁତ ହୋଇ ଅବପାତରେ ପରିଣତ ହେବ । ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତିକରି ଉତ୍ତର ତାମିଲନାଡୁ ଉପକୂଳରେ ସ୍ଥଳଭାଗ ଛୁଇଁବ ।
Powered by Froala Editor