ଜଗନମୋହନ ରେଡ୍ଡୀଙ୍କୁ ଭେଟିଲେ ପ୍ରଣବପ୍ରକାଶ
ଭୁବନେଶ୍ବର : ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ୍ ଜଗନମୋହନ ରେଡ୍ଡୀଙ୍କୁ ଭେଟିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ରାଜ୍ୟ ଅତିଥି ଭବନରେ ଉଭୟ ନେତାଙ୍କ ମଧ୍ୟରେ ସୌଜନ୍ୟ ମୂଳକ ସାକ୍ଷାତ ହୋଇଛି ।
ଓଡ଼ିଶା-ଆନ୍ଧ୍ର ମଧ୍ୟରେ ଥିବା ବିଭିନ୍ନ ବିବାଦର ସମାଧାନ ଲାଗି ଓଡିଶା ଆସିଥିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ । ରାଜ୍ୟ ଅତିଥି ଭବନରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଥିବା ସମୟରେ ତାଙ୍କୁ ଭେଟିଛନ୍ତି ବିଜେଡିର ସାଂଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ । ଉଭୟ ନେତାଙ୍କ ମଧ୍ୟରେ କିଛି ସମୟ ଆଲୋଚନା ହୋଇଛି । ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।
Powered by Froala Editor