ଏହି ସବୁ ଲକ୍ଷଣ ଦେଖା ହେଉଥିଲେ, ହୋଇଯାଆନ୍ତୁ ସାବଧାନ, ନହେଲେ ଭୋଗିବେ ଏହି ସମସ୍ୟା

କରୋନାର ଦ୍ୱିତୀୟ ଲହରୀ ପୂର୍ବାପେକ୍ଷା ବେଶି ଭୟାନକ ହେବାରେ ଲାଗିଛି । ଡାକ୍ତରଙ୍କ ମତରେ ନୂଆ କୋଭିଡ ଷ୍ଟ୍ରେନ କେବଳ ଅଧିକ ସଂକ୍ରାମକ ନୁହେଁ ବରଂ ଅଧିକ ଲକ୍ଷଣଯୁକ୍ତ ମଧ୍ୟ । ଅଧିକାଂଶ ଘରେ କରୋନାର ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳୁଛି । ସେମାନେ ଘରେ ହିଁ ଚିକିତ୍ସିତ ହେବା ସହ ଠିକ ମଧ୍ୟ ହେଉଛନ୍ତି । ଆଉ କିଛି ଲୋକଙ୍କ ଅବସ୍ଥା ଖୁବ ଖରାପ ହେବା ପରେ ହିଁ ସେମାନେ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । କରୋନା କାଳରେ ଯଦି ଆପଣଙ୍କଠାରେ ନିମ୍ନ କୌଣସି ଲକ୍ଷଣ ଦେଖାଯାଏ ତେବେ ଏହାକୁ ଅଣଦେଖା କରନ୍ତୁ ନି । ଏସବୁ ଲକ୍ଷଣ ଦେଖାଯିବା ମାତ୍ରେ ତୁରନ୍ତ ଡାକ୍ତରୀ ପରାମର୍ଶ ସହ ହସ୍ପିଟାଲରେ ଭର୍ତ୍ତି ହେବା ଜରୁରୀ ।
ଗଳା ଯନ୍ତ୍ରଣା: ଯଦି ଆପଣଙ୍କ ଗଳାରେ ଯନ୍ତ୍ରଣା ବା ଫୁଲା ଅନୁଭବ କରିଥାନ୍ତି । ତେବେ ଏହା କରୋନା ସଂକ୍ରମଣର ସୂଚନା ହୋଇପାରେ । ଏହି ଲକ୍ଷଣ ବିଶ୍ୱର ପ୍ରାୟ ୫୩ ପ୍ରତିଶତ ଲୋକଙ୍କଠାରେ ଦେଖାଯାଇଛି ।
ଥକ୍କା ଲାଗିବା: ବି୍ରଟେନ ବିଶେଷଜ୍ଞ କହିଛନ୍ତି ଯେ ଅନେକ କୋଭିଡ-୧୯ ରୋଗୀ ଦୁର୍ବଳ ଲାଗିବାକୁ ପ୍ରାରମ୍ଭିକ ଲକ୍ଷଣ ବୋଲି ରିପୋର୍ଟ କରିଛନ୍ତି । ଅନେକ ସଂକ୍ରମିତ ପଜିଟିଭ ହେବା ପୂର୍ବରୁ ଥକ୍କା ଲାଗିବା ଓ ଦୁର୍ବଳତା ବିଷୟରେ ଜଣାଇଛନ୍ତି ।
ଶରୀରରେ ଯନ୍ତ୍ରଣା: ଡାକ୍ତରମାନେ ପ୍ରକାଶ କରିଛନ୍ତି ଯେ ବହୁ କୋଭିଡ ସଂକ୍ରମିତ ପରୀକ୍ଷା କରିବା ପୂର୍ବରୁ ଶରୀର, ଗଣ୍ଠି ଓ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରୁଥିବା କହିଛନ୍ତି । ମାଂସପେଶୀ ଓ ଶରୀରରେ ଯନ୍ତ୍ରଣା ହେବାର ମୁଖ୍ୟ ଲକ୍ଷଣ ମାୟଲଜିଆ, ଯାହା କରୋନା ଭାଇରସ ଦ୍ୱାରା ବ୍ୟକ୍ତିର ମାଂସପେଶୀ ତନ୍ତୁ ଓ ଟିସୁ ଲାଇନ ଉପରେ ଆକ୍ରମଣ ଫଳ ।
ଜ୍ୱର ଓ ଥଣ୍ଡା: ଯଦି ଆପଣ ଅତ୍ୟଧିକ ଥଣ୍ଡା ଓ ଅସ୍ୱାଭାବିକ ଥଣ୍ଡା ଅନୁଭବ କରୁଥାନ୍ତି, ତେବେ ଏହା କରୋନାର ସୂଚନା ହୋଇପାରେ । ମୁ୍ୟଟାଣ୍ଟ ଭାଇରସ କ୍ଷେତ୍ରରେ ଜ୍ୱର ଓ ଅଣ୍ଡା ସାଧାରଣ ଲକ୍ଷଣ ।
ବାନ୍ତି: ବର୍ତ୍ତମାନ ବାନ୍ତି କରୋନାର ପ୍ରାରମ୍ଭିକ ଲକ୍ଷଣ ଭାବେ ଦେଖିବାକୁ ମିଳିଛି ।
Powered by Froala Editor