ଆସୁଛି ଆଉ ଏକ ଲଘୁଚାପ : ତାମିଲନାଡୁକୁ ସତର୍କ ସୂଚନା

ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ନିକଟବର୍ତ୍ତୀ ଉତ୍ତର ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଆସନ୍ତା ୨୪ ଘଣ୍ଟାରେ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ପକ୍ଷରୁ କୁହାଯାଇଛି । ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଥିବାରୁ ବର୍ଷାର ପରିମାଣ ବଢ଼ିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଚେନ୍ନାଇରେ ୪୩ ପ୍ରତିଶତ ଅଧିକ ବର୍ଷା ରେକର୍ଡ଼ କରାଯାଇଥିବା ବେଳେ ନଭେମ୍ବର ୧୦ ଏବଂ ୧୧ରେ ବର୍ଷାର ପରିମାଣ ବଢ଼ିପାରେ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି।
ଆଇଏମଡି ପକ୍ଷରୁ ଜାରି ବୁଲେଟିନରେ କୁହାଯାଇଛି ଯେ, ଲଘୁଚାପରେ ପରିଣତ ହେବା ପରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବ ଓ ପରବର୍ତ୍ତୀ ୨୪ ଘଣ୍ଟାରେ ଏକ ଡିପ୍ରେସନରେ ପରିଣତ ହେବ । ଏହା ୧୧ ତାରିଖ ସକାଳେ ଉତ୍ତର ତାମିଲନାଡ଼ୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ନିକଟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି । ମଙ୍ଗଳବାର ସୁଦ୍ଧା ବଙ୍ଗୋପସାଗରରେ ଦକ୍ଷିଣ-ପଶ୍ଚିମ ବଳୟରେ ଏକ ଲଘୁଚାପକ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ନଭେମ୍ବର ୧୦ ସୁଦ୍ଧା କ୍ରମଶ ଏହା ଅବପାତ ରୂପ ନେଇପାରେ। ଏହା ତାମିଲନାଡ଼ୁ ଅଭିମୁଖେ ଗତି କରିବାର ସମ୍ଭାବନା ଥିବାରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
Powered by Froala Editor