ମମିତା ବିଷୟରେ ପଦେ କହିଲେନି ଦିବ୍ୟଶଙ୍କର

କଳାହାଣ୍ଡି: ମୁଖ୍ୟମନ୍ତ୍ରୀ କଳାହାଣ୍ଡିରେ ପହଁଞ୍ଚି ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ରହିଛି । ମମିତା ମେହେର ହତ୍ୟାରେ ସାରା ଓଡିଶା ତାତି ରହିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ କଡା ନିନ୍ଦା କରୁଛି ବିଜେପି । ଓୟୁଏଟି ପଡିଆରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିବାର କାର୍ଯ୍ୟକ୍ରମରେ, ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ବିଜେଡି ଏକ ବିଶାଳ ରାଲି ବାହାରିଥିଲା । ମହିଳାମାନେ ମୁଖ୍ୟମନ୍ତ୍ରୀଙ୍କୁ ହୁଳହୁଳି ପକାଇ ମଞ୍ଚକୁ ସ୍ୱାଗତ କରିଛନ୍ତି । ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ସଭା ମଂଚରେ ମୁଖ୍ୟମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ମଧ୍ୟ ମଞ୍ଚରେ ଉପସ୍ଥିତ ଅଛନ୍ତି । ମମିତା ମେହେର ମୃତୁ୍ୟ ପ୍ରସଙ୍ଗରେ ପ୍ରବଳ ବିରୋଧ ସତ୍ତ୍ୱେ । ମଞ୍ଚରେ ଗୃହମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ଉପସ୍ଥିତିକୁ କଳାହାଣ୍ଡିରେ ବିଜେପି ଏହାକୁ କଡା ନିନ୍ଦା କରିବା ସହିତ, ମୁଖ୍ୟମନ୍ତ୍ରୀଙ୍କୁ ଅପଦାର୍ଥ ମୁଖ୍ୟମନ୍ତ୍ରୀ ବୋଲି ବିଜେପି କର୍ମୀମାନେ କହିଛନ୍ତି ।
ଅନ୍ୟପଟେ ନିଜ ଭାଷଣରେ ଦିବ୍ୟଶଙ୍କର ମିଶ୍ର ତାଙ୍କ ଭାଷଣରେ କଳାହାଣ୍ଡିର ଉନ୍ନତି, ବିକାଶ ଓ ମୁଖ୍ୟମନ୍ତ୍ରୀଙ୍କ ଯୋଗୁଁ କଳାହାଣ୍ଡିର ପରିବର୍ତ୍ତନ ହୋଇଛି ବୋଲି କହିଥିଲେ, କିନ୍ତୁ ମମିତା ମୃତୁ୍ୟ ମାମଲାକୁ ନେଇ ପଦେ ବି କହିନଥିଲେ ମନ୍ତ୍ରୀ ଦିବ୍ୟ ଶଙ୍କର ।
Powered by Froala Editor