ଭବାନୀପାଟଣାରେ ମୁଖ୍ୟମନ୍ତ୍ରୀ

କଳାହାଣ୍ଡି:ବର୍ତ୍ତମାନ ସ୍ୱତନ୍ତ୍ର ବିମାନ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭବାନୀପାଟଣାରେ ପହଞ୍ଚିଛନ୍ତି । ଏହାପରେ ଭବାନୀପାଟଣାର ଓୟୁଏଟି ପଡିଆରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ବିଜେଡି ଏକ ବିଶାଳ ରାଲି ବାହାରିଥିଲା । ମହିଳାମାନେ ମୁଖ୍ୟମନ୍ତ୍ରୀଙ୍କୁ ହୁଳହୁଳି ପକାଇ ମଞ୍ଚକୁ ସ୍ୱାଗତ କରିଛନ୍ତି । ମମିତା ମେହେର ମୃତୁ୍ୟ ପ୍ରସଙ୍ଗରେ ବିରୋଧା ସତ୍ତ୍ୱେ ମୁଖ୍ୟମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ମଧ୍ୟ ମଞ୍ଚରେ ଉପସ୍ଥିତ ଅଛନ୍ତି ।
Powered by Froala Editor