୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କ ଟିକା ପାଇଁ କେତେ ଟଙ୍କା ଦରକାର ଜାଣନ୍ତୁ?
ନୂଆଦିଲ୍ଲୀ: ଦେଶରେ ସମ୍ପ୍ରତି ୪୫ ବର୍ଷରୁ ଅଧିକବୟସ୍କଙ୍କ କୋଭିଡ-୧୯ ଟିକାକରଣ ଜାରି ରହିଥିବା ବେଳେ ଆଗାମୀ ପହିଲାରୁ ସମସ୍ତ ସାବାଳକଙ୍କୁ ଏଥିରେ ସାମିଲ କରିବାକୁ ସରକାର ଘୋଷଣା କରିଛନ୍ତି । ତେବେ ଦେଶରେ ୧୮ ବର୍ଷରୁ ୪୪ ବର୍ଷ ବୟସ ଯାଏ ସାମିଲ ହେବାକୁ ଥିବା ଏହି ନୂତନ ହିତାଧିକାରୀଙ୍କର ୭୦ ପ୍ରତିଶତ ଟିକାକରଣ ପାଇଁ ୩୦,୦୦୦ କୋଟିରୁ ଅଧିକ ଟଙ୍କାର ଆବଶ୍ୟକତା ରହିଛି ବୋଲି ଏକ ହିସାବରୁ ଜଣାଯାଇଛି । କାରଣ ଏହି ନୂତନ ବର୍ଗର ହିତାଧିକାରୀଙ୍କୁ ଆଉ କେନ୍ଦ୍ର ସରକାର ପୂର୍ବ ହିତାଧିକାରୀଙ୍କ ଭଳି ମାଗଣାରେ ଟିକା ପ୍ରଦାନ କରିବେ ନାହିଁ । ତାହାକୁ ରାଜ୍ୟମାନେ ନିଜ ସୁବିଧାରେ ଦେବେ ବୋଲି ସରକାର ସ୍ପଷ୍ଟ କରିଛନ୍ତି ।
Powered by Froala Editor