ଯବାନମାନଙ୍କ ସହ ଦୀପାବଳି ପାଳନ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଦୀପାବଳି ଏକ ଭାରତୀୟ ପର୍ବ । ଏହା ଆଲୋକର ପର୍ବ ଭାବରେ ପାଳନ କରାଯାଇଥାଏ । ହିନ୍ଦୁମାନଙ୍କ ପାଇଁ ଦୀପାବଳି ଏକ ମୁଖ୍ୟ ପର୍ବ ଯାହା ଘରେ ନାନାଦି ପାରମ୍ପରିକ ଢଙ୍ଗରେ ପାଳନ କରାଯାଇଥାଏ ।
ଆଜି ଆଲୋକ ଓ ଆନନ୍ଦର ପର୍ବ ଦୀପାବଳୀ । ସବୁଠି ଉତ୍ସବର ପରିବେଶ । ଗାଁଠୁ ସହର ସବୁଠି ରଙ୍ଗବେରଙ୍ଗ ଆଲୋକରେ ସଜେଇ ହୋଇଥାଏ । ନିଆରା ଢ଼ଙ୍ଗରେ ଦୀପାବଳି ପାଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଦୀପାବଳି ଅବସରରେ ଜାମ୍ମୁ କାଶ୍ମୀର ରଜୌରି ଅଞ୍ଚଳ ଗସ୍ତ କରିବେ । ଏଥିସହ ଯବାନମାନଙ୍କ ସହ ଦୀପାବଳି ପାଳନ କରିବେ ପ୍ରଧାନମନ୍ତ୍ରୀ। ଯବାନଙ୍କୁ ମିଠା ଓ ଅନ୍ୟାନ୍ୟ ଉପହାର ଦେବା ସହ ସମୟ ଅତିବାହିତ କରିବେ ।
୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରଠାରୁ ପ୍ରତି ବର୍ଷ ଦୀପାବଳୀ ଅବସରରେ ସୀମା ଆଉଟ ପୋଷ୍ଟକୁ ଗସ୍ତ କରି ଦୀପାବଳି ପାଳନ କରିଆସୁଛନ୍ତି ମୋଦି । ୨୦୧୯ରେ ମଧ୍ୟ ରଜୌରିଠାରେ ଯବାନଙ୍କ ସହ ଦୀପାବଳି ପାଳନ କରିଥିଲେ ପ୍ରଧାନମନ୍ତ୍ରୀ । ଜାମ୍ମୁ କାଶ୍ମୀରରେ ଆତଙ୍କବାଦ ବିରୋଧରେ ଲଢ଼େଇ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଯବାନଙ୍କ ମନୋବଳକୁ ଆହୁରି ବୃଦ୍ଧି କରିବ ।
Powered by Froala Editor