ଭିଜିଲାନ୍ସ ଜାଲରେ ନିମାପଡା ତହସିଲଦାର
ଭୁବନେଶ୍ୱର: ଆଜି ପୁରି ନିମାପଡା ତହସିଲଦାର ରାମଚନ୍ଦ୍ର ଜେନାଙ୍କ ଘର ରେଡ୍ କରୁଛି ଭିଜିଲାନ୍ସ ଟିମ୍ । ପ୍ରଥମେ ରାମ ଚନ୍ଦ୍ରଙ୍କ ଠାରୁ ୪ଲକ୍ଷ ୬୫ ହଜାର ଟଙ୍କା ଜବତ ହୋଇଥିଲା । ଏହପରେ ତାଙ୍କ ସରକାରୀ ବାସଭବନରୁ ୫୦ହଜାର ଟଙ୍କା ଜବତ ହୋଇଥିଲା ।
ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବର୍ତ୍ତମାନ ତହସିଲଦାର ରାମ ଚନ୍ଦ୍ରଙ୍କ ଘର ରେଡ୍ ଚାଲିଛି । କଟକ ସିଡିଏ, ଧାନମଣ୍ଡଳ ଓ ଗରଦପୁରରେ ଥିବା ଘରେ ବର୍ତ୍ତମାନ ଭିଜିଲାନ୍ସ ଟିମ ରେଡ କରୁଛି । ଏହା ସହିତ କେନ୍ଦ୍ରାପଡାରେ ଥିବା ଘରକୁ ମଧ୍ୟ ରେଡ୍ କରାଯାଉଛି । ଭିଜିଲାନ୍ସ ଟିମ୍ ବର୍ତ୍ତମାନ ଘରେ ଥିବା କାଗଜପତ୍ର ଯାଞ୍ଚ କରୁଛନ୍ତି । ଏହି ଟିମରେ ୬ଜଣ ଡିଏସପିଙ୍କ ସହ ଭିଜିଲାନ୍ସ ଅଫିସର ରହିଛନ୍ତି ।
Powered by Froala Editor