ଭାରତ ଉପରେ ଆକ୍ରମଣ କଲେ ତାଲିବାନରେ ଏୟାର ଷ୍ଟ୍ରାଇକ ହୋଇଯିବ : ଯୋଗୀ
ଭାରତ ଉପରେ ଆକ୍ରମଣ କଲେ ତାଲିବାନରେ ଏୟାର ଷ୍ଟ୍ରାଇକ ହୋଇଯିବ । ଆଜି ଲଖନଉରେ ବିଜେପି ସାମାଜିକ ପ୍ରତିନିଧୀ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଭଳି କିଛି କହିଛନ୍ତି । ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନକୁ ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟାର୍ଗେଟ କରିଛନ୍ତି। ପାକିସ୍ତାନ ଓ ଆଫଗାନିସ୍ତାନ ତାଲିବାନ ଦ୍ୱାରା ବିଶୃଙ୍ଖଳାର ଶିକାର ହେଉଛନ୍ତି। କିନ୍ତୁ ତାଲିବାନ ଯଦି ଭାରତ ଆଡ଼କୁ ଆସିବ, ତା’ହେଲେ ସଂଗଠନ ପାଇଁ ଏୟାର ଷ୍ଟ୍ରାଇକ ଯୋଜନା ପ୍ରସ୍ତୁତ ହୋଇ ରହିଛି ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି।
ସେ କହିଛନ୍ତି ଯେ ଦେଶର ପ୍ରଧାନମନ୍ତ୍ରୀ ହେଉଛନ୍ତି ନରେନ୍ଦ୍ର ମୋଦୀ। ଭାରତ ଉପରେ ଖରାପ ନଜର ପକାଇବାକୁ କେହି ବି ସାହାସ କରିପାରୁ ନାହାନ୍ତି। ତାଲିବାନ ପାଇଁ ପାକିସ୍ତାନ ଓ ଆଫଗାନବାସୀ ସଙ୍କଟମୟ ପରିସ୍ଥିତିରେ ରହିଛନ୍ତି। କିନ୍ତୁ ତାଲିବାନ ଭଲ ଭାବେ ଜାଣିଛି ଯେ ଯଦି ସେମାନେ ଭାରତ ଆଡ଼କୁ ବଢ଼ିବେ, ତା’ହେଲେ ଏୟାର ଷ୍ଟ୍ରାଇକ ପ୍ରସ୍ତୁତ ହୋଇ ରହିଛି।”
୨୦୧୪ ପୂର୍ବରୁ, ଭାରତରେ ଅବିଶ୍ୱାସ, ଅରାଜକତା, ବିଶୃଙ୍ଖଳା ଏବଂ ଅସୁରକ୍ଷିତତାର ପରିବେଶ ଥିଲା | ୨୦୧୪ ପୂର୍ବରୁ, ପ୍ରତିଦିନ ଏକ ନୂଆ ଦୁର୍ନୀତି ଦେଶ ଭିତରକୁ ଆସୁଥିଲା। ବିଜେପି ସରକାର ଆସିବା ମାତ୍ରେ ପରିବେଶରେ ସୁଧାର ଆସିଥିଲା। ଆଜି ଦେଶର ଲୋକମାନେ ଏହି ପାର୍ଥକ୍ୟ ଅନୁଭବ କରୁଛନ୍ତି। ବିଜେପି ସାମାଜିକ ପ୍ରତିନିଧୀ ସମ୍ମିଳନୀକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ମଧ୍ୟ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି।
Powered by Froala Editor