ଧାଡ଼ିଏ ଲେଖା ପାଇଁ ମୁଁ ରିଜାଇନ କରିଥିଲି: ନିରଞ୍ଜନ
ଭୁବନେଶ୍ୱର: ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମ୍ପାଦକୀୟଙ୍କୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହି ପ୍ରସଙ୍ଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ସୌମ୍ୟଙ୍କ ଲେଖା ଉପରେ ମୁଁ ମନ୍ତବ୍ୟ ଦେବିନି । ତେବେ ମୋ ନାଁରେ କୋର୍ଟ ଧାଡ଼ିଏ ଲେଖିଥିଲେ, ୧୯୮୫ରେ ମୁଁ ରିଜାଇନ ଦେଇଥିଲି । ଏବେ ମାଟି ଓ ପାର୍ଟି ଅପେକ୍ଷା ନେତାମାନେ ବୃତ୍ତିକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ସନସାଇନରେ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କାହିଁକି ରାତ୍ରୀଯାପନ କରିଥିଲେ କହିବେ କି? ରାୟପୁରରେ କଣ ଆଲୋଚନା ହୋଇଥିଲା ବୋଲ ନିରଞ୍ଜନ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।
ଅନ୍ୟପକ୍ଷରେ ସୌମ୍ୟଙ୍କ ସମ୍ପାଦକୀୟ ବିସ୍ଫୋରଣ ନେଇ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ, ସୌମ୍ୟରଞ୍ଜନ ପଟ୍ଟନାୟକ ବିଜେଡି ବିଧାୟକ । କିନ୍ତୁ ତାଙ୍କୁ ଆଉ ଟିକେଟ ମିଳିବ ନାହିଁ । ଏକଥା ଆମେ କହୁନାହୁଁ । ଏଭଳି କହିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ।ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ସରକାରଙ୍କୁ ସୌମ୍ୟବାବୁ ଯେଉଁଭଳି ଟାର୍ଗେଟ କରିଛନ୍ତି, ତାକୁୁ ମୁଁ ସ୍ୱାଗତ କରୁଛି । ଆଗ ମାଟି, ତା” ପରେ ପାର୍ଟି; ସୌମ୍ୟ ବାବୁଙ୍କୁ ଧନ୍ୟବାଦ ଜଣାଉଛି । ଅପ୍ରି୍ରୟ ସତ୍ୟ ଲେଖି ସରକାରଙ୍କୁ ଆଣ୍ଠଉଛନ୍ତି ସୌମ୍ୟ ବାବୁ । ତାଙ୍କ ଘରେ କେବେ ଭିଜିଲାନ୍ସ ରେଡ ହେବ ତାହା ଦେଖିବା କଥା ବୋଲି ତାରା କହିଛନ୍ତି ।
Powered by Froala Editor