ଯୁବକଙ୍କୁ ଗୁଳିମାଡ଼ ସହ ଭୁଜାଲିରେ ହାଣି ହତ୍ୟା
ବାଲେଶ୍ବର: ବାଲେଶ୍ବର ଜିଲା ସଦର ଥାନା ଅନ୍ତର୍ଗତ କୁରୁଡା ଛକରେ ରବିବାର ଜଣେ ଯୁବକଙ୍କୁ ଗୁଳିମାଡ଼ ସହ ଭୁଜାଲିରେ ଆକ୍ରମଣ କରି ହତ୍ୟା କରାଯାଇଛି। ଯୁବକଜଣକ ହେଉଛନ୍ତି ଶାସନ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥ ପାଟଣା ଗ୍ରାମର ରବୀନ୍ଦ୍ର ମୋହନ ଦାସଙ୍କ ପୁଅ ବିନୋଦ ବିହାରୀ ଦାସ(୩୪)। ତେବେ ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ବିନୋଦ ଏକ ବାଇକରେ କୁରୁଡା ଛକକୁ ଆସୁଥିବା ସମୟରେ ପୂର୍ବାହ୍ନ ପ୍ରାୟ ୯ ଟା ୩୦ ମିନିଟ୍ ସମୟରେ କିଛି ଦୁର୍ବୃତ୍ତ ବିନୋଦଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ବିନୋଦ ତଳେ ପଡ଼ିଯିବା ପରେ ସେମାନେ ତାଙ୍କୁ ଭୁଜାଲିରେ ହାଣି ଫେରାର ହୋଇ ଯାଇଥିଲେ। ପୁଲିସ ଛାନଭିନ୍ ଚଳାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କ ପତ୍ତା ମିଳି ପାରିନାହିଁ।
Powered by Froala Editor