ଗଞ୍ଜେଇ ଚାଲାଣକାରୀକୁ ମାଡ଼ି ବସିଲା ପୁଲିସ୍
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ସୋସ ଥାନା ପୋଡ଼ାସିଙ୍ଗିଡ଼ି ଛକ ନିକଟରୁ ଜଣେ ଗଞ୍ଜେଇ ଚାଲାଣକାରୀକୁ ଗିରଫ କରିଛି ପୁଲିସ୍ । ତା’ ନିକଟରୁ ୨୪ କେଜି ଗଞ୍ଜେଇ ଜବତ କରାଯାଇଛି । ଏହାସହିତ ଗଞ୍ଜେଇ ଚାଲାଣ କରାଯାଉଥିବା ବୋଲେରୋକୁ ପୁଲିସ୍ ଜବତ କରି ତଦନ୍ତ ଆରମ୍ଭ କରିଛି । ଗିରଫ ଅଭିଯୁକ୍ତ ହେଲା ହାଟଡିହି ଅଂଚଳର ରବିନ୍ଦ୍ର କୁମାର ମଲ୍ଲିକ । ଏହି ଘଟଣାରେ ଅନ୍ୟ କିଛି ଲୋକ ସମ୍ପୃକ୍ତ ଥିବା ପୁଲିସ୍ ଅନୁମାନ କରୁଛି । ତେଣୁ ରବିନ୍ଦ୍ରକୁ ଏବେ ପଚରାଉଚରା ଜାରି ରହିଛି । ଯେଉଁମାନେ ଏହି ଘଟଣାରେ ସାମିଲ ଥିବେ ସମସ୍ତଙ୍କୁ ଗିରଫ କରାଯିବ ବୋଲି ପୁଲିସ୍ କହିଛି । ଏହାସହିତ ରବିନ୍ଦ୍ରକୁ ଖୁବ୍ଶୀଘ୍ର କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି ।
Powered by Froala Editor