ୟୁଟୁ୍ୟବ ଦେଖି ନାବାଳିକା ଜନ୍ମ ଦେଲେ ଶିଶୁ
ଥିରୁୱନନ୍ତପୁରମ: କେରଳରେ ଜଣେ ନାବାଳିକା ୟୁଟୁ୍ୟବ ଦେଖି ଏକ ଶିଶୁ ଜନ୍ମ ଦେଇଚନ୍ତି । ସେ ଗର୍ଭବତୀ ଥିବା ବାବଦରେ ତାଙ୍କ ଘର ଲୋକ ଜାଣିନଥିଲେ । ଏଣୁ ସେ ୟୁଟୁ୍ୟବରୁ ପ୍ରସବ ସମ୍ପର୍କିତ ଭିଡିଓ ଦେଖି ନିଜେ ନିଜର ପ୍ରସବ କରାଇଛନ୍ତି । ନାବାଳିକା ଜଣକ ପାଖାପାଖି ୨ ଦିନ ଧରି ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ଏକ ଘରେ ନିଜକୁ ବନ୍ଦ ରଖିଥିଲେ । ସେ ମୋବାଇଲରେ ଅନଲାଇନ ପାଠ ପଢ଼ୁଥିବା କାରଣରୁ ଘରୁ ବାହାରୁ ନଥିବା ତାଙ୍କ ମା ଭାବିଥିଲେ । ତାଙ୍କ ମା’ଙ୍କ ଆଖିକୁ ଅଳ୍ପ ଦେଖାଯାଏ ଏବଂ ବାପା ସିକୁ୍ୟରିଟି ଗାର୍ଡ ଭାବେ ଚାକିରି କରୁଥିବାରୁ ଝିଅର ପ୍ରସବ ବାବଦରେ ଜାଣିପାରିନଥିଲେ ।
ପ୍ରସବ ପରେ ସେ ନିଜର ଗର୍ଭନାଡି କାଟି ଦେଇଥିଲେ । କିନ୍ତୁ ଶିଶୁକୁ ଜନ୍ମ ଦେବାର ୨ ଦିନ ପରେ ସଂକ୍ରମଣ ବଢ଼ିଥିଲା ଫଳରେ ସେ ବାଧ୍ୟ ହୋଇ ନିଜ ରୁମରୁ ବାହାରକୁ ଆସି ଘର ଲୋକଙ୍କୁ ଏବାବଦରେ କହିଥିଲେ । ଉଭୟ ମା’ଓ ଶିଶୁ ବର୍ତ୍ତମାନ ସୁସ୍ଥ ଅଛନ୍ତି । ତାଙ୍କ ପଡେ଼ାଶୀ ଘରେ ରହୁଥିବା ୨୧ ବର୍ଷୀୟ ଯୁବକ ତାଙ୍କୁ ଗର୍ଭବତୀ କରାଇଥିବା ଜଣାପଡ଼ିଛି । ପୁଲିସ ତାଙ୍କୁ ଗିରଫ କରିଛି । ଘଟଣାର ତଦନ୍ତ ପାଇଁ ଡିଏନଏ ଟେଷ୍ଟ କରାଯିବ ।
Powered by Froala Editor