ମିସାଇଲ ଅଗ୍ନି ୫ର ସଫଳ ପରୀକ୍ଷଣ
ବାଲିଷ୍ଟିକ ମିସାଇଲ ଅଗ୍ନି ୫ର ସଫଳ ପରୀକ୍ଷଣ ହୋଇଛି। ଭଦ୍ରକ ଜିଲ୍ଲା ଧାମରା ଅବଦୁଲ କଲାମ ଦ୍ୱୀପର ୪ ନମ୍ବର ଲଞ୍ଚ ପ୍ୟାଡରୁ ସନ୍ଧ୍ୟା ୭ତ ୫୦ ମିନିଟରେ ଏହାର ଉତକ୍ଷେପଣ କରାଯାଇଥିଲା। ଭାରତୀୟ ପ୍ରତିରକ୍ଷା ଓ ଗବେଷଣା ଉନ୍ନୟନ ସଂସ୍ଥା(DRDO) ଏହି ମିସାଇଲ ବିକଶିତ କରିଛି। ଏହି ମିସାଇଲ୍ ପରମାଣୁ ଯୁଦ୍ଧାସ୍ତ୍ରକୁ ବହନ କରିବା ସହ ଶତ୍ରୁ ଦେଶର ୫ ହଜାର କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିପାରିବ । ଏଥିରେ ଷ୍ଟେଜ୍ ୩ ଇଞ୍ଜିନ୍ ବ୍ୟବହୃତ ହୋଇଥିବା ବେଳେ ଏହା ‘ନ୍ୟୁନତମ ବିଶ୍ବସନୀୟ ପ୍ରତିରୋଧ’ ଜରିଆରେ ‘ପ୍ରଥମେ ବ୍ୟବହାର ନକରିବା’ ନୀତିରେ ପରିଚାଳିତ ହେବ ବୋଲି ପିଆଇବି ପକ୍ଷରୁ ସୂଚନା ଦିଆଯାଇଛି।
ଏହାର ଲମ୍ବ ୧୭ ମିଟର ଏବଂ ଓସାର ୨ ମିଟର। ଅଗ୍ନି ୫ର ଓଜନ ୫୦ ଟନ୍। ସ୍ବଦେଶ ଜ୍ଞାନ କୌଶଳରେ ନିର୍ମିତ ଅଗ୍ନି ୫ କ୍ଷେପଣାସ୍ତ୍ରର ଏହା ଥିଲା ଅଷ୍ଟମ ପରୀକ୍ଷଣ।
Powered by Froala Editor