ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ପ୍ରେମ ଜାଲରେ ଫସାଇ ଠକିନେଲେ ୩୦ ହଜାର
ଚନ୍ଦ୍ରଶେଖରପୁର : ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ପ୍ରେମ ଜାଲରେ ଫସାଇ ଜଣେ ଧୂର୍ତ୍ତ ମହିଳା ତାଙ୍କଠାରୁ ୩୦ ହଜାର ଟଙ୍କା ଠକି ନେଇଥିବା ସଂପର୍କରେ ସ୍ଥାନୀୟ ଇନଫୋସିଟି ଥାନାରେ ଅଭିଯୋଗ ହୋଇଛି । ମହିଳାଜଣଙ୍କ ସୋସିଆଲ ମିଡିଆରେ ଉକ୍ତ ବରିଷ୍ଠ ନାଗରିକଙ୍କ ସହ ପାଖାପାଖି ମାସେ ହେବ ବନ୍ଧୁତା କରିଥିଲେ । ନିଜ ଘର ଚନ୍ଦ୍ରଶେଖରପୁରରେ ବୋଲି କହି ସଂପର୍କ ବଢ଼ାଇଥିଲେ ।
ପରେ ତାଙ୍କୁ ପ୍ରେମ ଜାଲରେ ଫସାଇ ଅର୍ଥ ମାଗିଥିଲେ । ବୃଦ୍ଧ ଜଣଙ୍କ ଟଙ୍କା ଦେବା ପରେ ମହିଳାଜଣଙ୍କ ଆଉ ତାଙ୍କ ସହ ଯୋଗାଯୋଗ କରିନଥିଲେ । ତାଙ୍କ ମୋବାଇଲ ନମ୍ବରକୁ କଲ୍ କରି ନିରାଶ ହେବା ପରେ ବୃଦ୍ଧଜଣଙ୍କ ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ ।
Powered by Froala Editor