ହୁ ହୁ ହୋଇ ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦର, କେଉଁଠି କେତେ ରହିଛି ଜାଣନ୍ତୁ

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ ହୁ ହୁ ହୋଇ ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ସୂଚନା ଅନୁସାରେ ମୁମ୍ବାଇରେ ପେଟ୍ରୋଲ ଦର ୧୧୩ଟଙ୍କା ୮୦ପଇସା ଥିବାବେଳେ ଡିଜେଲ ଦର ରହିଛି ୧୦୪ଟଙ୍କା ୭୫ ପଇସା । ରାଜଧାନୀ ଦିଲ୍ଲୀରେ ପେଟ୍ରାଲ ଦର ୧୦୭ଟଙ୍କା ୯୪ ପଇସା ରହିଥିବାଳେ ଡିଜେଲ ଦର ୯୬ଙ୍କା ୬୭ ପଇସା ରହିଛି ।
ସେହିପରି କୋଲକାତାରେ ପ୍ରେଟ୍ରୋଲ ଦା ୧୦୮ଟଙ୍କା ୪୫ ପଇସା ରହିଥିବାବେଳେ ଡିଜେଲ ଦର ରହିଛି ୯୯ଟଙ୍କା ୭୮ପଇସା । ଚେନ୍ନାଇରେ ପେଟ୍ରୋଲ ଦର ୧୦୪ ଟଙ୍କା ୮୩ପଇସା ରହିଥିବାବେଳେ ଡିଜେଲ ଦର ରହିଛି ୧୦୦ଟଙ୍କା ୯୨ ପଇସା ।
ଏହା ସହିତ କଟକ ଓ ଭୁବନେଶ୍ୱରରେ ମଧ୍ୟ ପେଟ୍ରୋଲ ଦର ଅଧିକ ରହିଛି । ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୮ଟଙ୍କା ୯୦ପଇସା ଓ ଡିଜେଲ ଦର ୧୦୫ଟଙ୍କା ୪୭ ପଇସା ଏବଂ କଟକରେ ପେଟ୍ରୋଲ ଦର ୧୦୯ଟଙ୍କା ୨୫ପଇସା ରହିଥିବାବେଳେ ଡିଜେଲ ଦର ୧୦୫ଟଙ୍କା ୭୯ ପଇସା ରହିଛି ।
Powered by Froala Editor