ୱାଙ୍ଖଡେଙ୍କୁ ମିଳିଲାନି ଅଦାଲତ ସୁରକ୍ଷା

ମୁମ୍ବାଇ: ଏନସିବିର ଆଞ୍ଚଳିକ ନିଦେ୍ର୍ଧଶକ ସମୀର ୱାଙ୍ଖଡେଙ୍କୁ ଅଦାଲତ ସୁରକ୍ଷା ମିଳିନାହିଁ । ସାକ୍ଷୀଙ୍କ ପକ୍ଷରୁ ଲାଞ୍ଚ କାରବାର ଅଭିଯୋଗ ପରେ ୱାଙ୍ଖଡେଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବାର ଆଶଙ୍କା ରହିଥିବା ବେଳେ ଏଥିରୁ ସୁରକ୍ଷା ନିମନ୍ତେ ସେ ଏନସିବିର ସ୍ୱତନ୍ତ୍ର ଅଦାଲତରେ ଆବେଦନ କରିଥିଲେ । ତେବେ ସ୍ୱତନ୍ତ୍ର ଅଦାଲତ ୱାଙ୍ଖଡେଙ୍କୁ କୌଣସି ପ୍ରକାର ସୁରକ୍ଷା ଦେବାକୁ ମନା କରିଛନ୍ତି । ସାକ୍ଷୀଙ୍କ ସତ୍ୟପାଠକୁ ନେଇ ୱାଙ୍ଖଡେ ଓ ଏନସିବି ପକ୍ଷରୁ ଦୁଇଟି ଆବେଦନ କରାଯାଇଥିଲା ।
ଏନସିବି ଏହାର ଆବେଦନରେ କହିଥିଲା ଯେ ସାକ୍ଷୀ ପ୍ରଭାକର ସେଲିଙ୍କ ସତ୍ୟପାଠକୁ କୌଣସି ବିଚାରକୁ ନ ନେବା ଲାଗି ସ୍ୱତନ୍ତ୍ର ଅଦାଲତଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ । ମାତ୍ର ସ୍ୱତନ୍ତ୍ର ଅଦାଲତ କହିଥିଲେ ସତ୍ୟପାଠଙ୍କୁ ଅନୁଧ୍ୟାନ ନ କରି ଏପରି କୌଣସି ନିଦେ୍ର୍ଧଶ ଦିଆଯାଇପାରିବ ନାହିଁ । ସାକ୍ଷୀଙ୍କ ସତ୍ୟପାଠ ଆଧାରରେ କି ପ୍ରକାର ନିଦେ୍ର୍ଧଶ ଦିଆଯିବ ତାହା ସମ୍ପୃକ୍ତ ଅଦାଲତଙ୍କ ବିଚାରଯୋଗ୍ୟ । ସମ୍ପୃକ୍ତ ଅଦାଲତ ସାକ୍ଷୀଙ୍କ ସତ୍ୟପାଠକୁ ଅନୁଧ୍ୟାନ କରି ଯାହା କିଛି ନିଦେ୍ର୍ଧଶ ଦେଇପାରିବେ । ଏନସିବି ଆଉ କହିଛି ଯେ ମାମଲାର ସାକ୍ଷୀଙ୍କୁ ପ୍ରଭାବିତ କରାଯାଉଛି ।
Powered by Froala Editor