କଂଗ୍ରେସର ନୂଆ ନୂଆ ପ୍ରତିଶ୍ରୁତି ଘୋଷଣା ଜାରି, ଜାଣନ୍ତୁ କଣ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ନିମନ୍ତେ କଂଗ୍ରେସ ନୂଆ ନୂଆ ପ୍ରତିଶ୍ରୁତି ଘୋଷଣା କରିବା ଜାରି ରଖିଛି । ଏହି କ୍ରମରେ ସୋମବାର ଦଳର ନେତ୍ରୀ ତଥା ସାଧାରଣ ସମ୍ପାଦକ ପ୍ରିୟଙ୍କା ଭଦ୍ରା କହିଛନ୍ତି ଯେ ଆଗାମୀ ନିର୍ବାଚନରେ ତାଙ୍କ ଦଳ କ୍ଷମତାକୁ ଆସିଲେ ପ୍ରତି ଲୋକଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ଦିଆଯିବ । ପି୍ରୟଙ୍କା ତାଙ୍କ ଟ୍ୱିଟରରେ ଘୋଷଣା କରିଛନ୍ତି ଯେ କରୋନା ମହାମାରୀ ଯୋଗୁଁ ସରକାର ଅନ୍ୟ ସ୍ୱାସ୍ଥ୍ୟ ସେବାକୁ ଅବହେଳା କରିଚାଲିଛନ୍ତି । ତେଣୁ ଲୋକଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବାକୁ କଂଗ୍ରେସ ଏହାର ନିର୍ବାଚନ ଇସ୍ତାହାରରେ ଘୋଷଣା କରିଛି ।
ଏହା ପୂର୍ବରୁ ପ୍ରିୟଙ୍କା ଘୋଷଣା କରିଥିଲେ ଯେ କଂଗ୍ରେସ ଦଳ କ୍ଷମତାକୁ ଆସିଲେ ସ୍ନାତକ ଉତ୍ତୀର୍ଣ୍ଣ ଛାତ୍ରଙ୍କୁ ମାଗଣାରେ ଇ-ସ୍କୁଟର ଓ ୧୨ ଶ ଉତ୍ତୀର୍ଣ୍ଣ ଛାତ୍ରୀଙ୍କୁ ମାଗଣାରେ ସ୍ମାର୍ଟ ଫୋନ ଦିଆଯିବ । ଆସନ୍ତା ବର୍ଷ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବ ।
Powered by Froala Editor