୩ କୋଟିର ଟିକସ ଭରିବା ଲାଗି ଆୟକର ବିଭାଗର ରିକ୍ସା ଚାଳକଙ୍କୁ ନୋଟିସ
ମଥୁରା: ଉତ୍ତରପ୍ରଦେଶ ମଥୁରା ଜିଲ୍ଲାର ବକଲପୁର ଅଞ୍ଚଳରେ ରହୁଥିବା ଜଣେ ରିକ୍ସାଚାଳକଙ୍କ ପାଖକୁ ୩,୪୭,୫୪,୮୯୬ ଟଙ୍କା ଟିକସ ଭରିବା ଲାଗି ଆୟକର ବିଭାଗ ନୋଟିସ ଆସିଛି । ପ୍ରତାପ ସିଂ ନାମକ ଏହି ରିକ୍ସା ଚାଳକ ଏ ନେଇ ହାଇୱେ ଥାନାରେ ଅଭିଯୋଗ କରିଛନ୍ତି । ପ୍ରତାପଙ୍କ କହିବା ଅନୁସାରେ ଗତ ମାର୍ଚ୍ଚ ୧୫ ରେ ସେ ବକଲପୁରର ଏକ ଜନସୁବିଧା କେନ୍ଦ୍ରରେ ପ୍ୟାନକାର୍ଡ ପାଇଁ ଆବେଦନ କରିଥିଲେ । ସଞ୍ଜଇ ସିଂ ନାମକ ଜଣେ ସ୍ଥାନୀୟ ବ୍ୟକ୍ତି ତାଙ୍କୁ ପ୍ୟାନକାର୍ଡର ଏକ ରଙ୍ଗିନ ଫଟୋ କପି ଦେଇଥିଲେ । ପ୍ରତାପ ପାଠ ପଢ଼ି ନଥିବାରୁ ପ୍ୟାନକାର୍ଡ ଓ ଏହାର ଫଟୋ କପି ଭିତରେ କିଛି ପାର୍ଥକ୍ୟ ଜାଣିପାରିନଥିଲେ ।
ଅକ୍ଟୋବର ୧୯ରେ ତାଙ୍କ ପାଖକୁ ଆୟକର ବିଭାଗରୁ ନୋଟିସ ଆସିଥିଲା । ଆୟକର ଅଧିକାରୀଙ୍କ କହିବା ଅନୁସାରେ କେହି ଜଣେ ପ୍ରତାପଙ୍କ ନାମରେ ଜିଏସଟି ନମ୍ବର ବାହାର କରି ୨୦୧୮-୧୯ ରେ ୪୩ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ବ୍ୟବସାୟ କରିଛନ୍ତି ।
Powered by Froala Editor