ଜାତିଗତ ହିଂସା: ମସଜିଦରେ ଗୁଳିକାଣ୍ଡ, ୧୮ ଜଣଙ୍କ ମୃତ୍ୟୁ

ଆଫ୍ରିକା ନାଇଜେରିଆର ଉତ୍ତରାଞ୍ଚଳରେ ଅବସ୍ଥିତ ଏକ ମସ୍ଜିଦ ଭିତରେ ଗୁଳିକାଣ୍ଡ ହୋଇଛି। ନାମାଜ ପାଠ କରିବାକୁ ଆସିଥିବା ଶ୍ରଦ୍ଧାଳୁଙ୍କ ଉପରେ କିଛି ବନ୍ଧୁକଧାରୀ ଆକ୍ରମଣ କରିଛନ୍ତି। ଏଥିରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଆକ୍ରମଣରେ ଅନ୍ୟ ଚାରି ଜଣ ମଧ୍ୟ ଆହତ ହୋଇଥିବା ଜଣାପଡିଛି। ଆକ୍ରମଣକାରୀମାନେ ଫୁଲାନି ପାଳକ ସମ୍ପ୍ରଦାୟର ବୋଲି ସନ୍ଦେହ କରାଯାଉଛି। ଗୁଳିମାଡ ପରେ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଆକ୍ରମଣକାରୀମାନେ ମସଜିଦକୁ ଘେରି ରହିଥିଲେ ଏବଂ ଗୁଳି ଚଳାଇଥିଲେ ବୋଲି ମାସେଗୁ ସ୍ଥାନୀୟ ସରକାରୀ ଅଞ୍ଚଳର ସଭାପତି ଅହ୍ଲାସନ ଇସା କହିଛନ୍ତି।
ପ୍ରାୟ ଏକ ସପ୍ତାହ ପୂର୍ବରୁ ଆକ୍ରମଣକାରୀମାନେ ଉତ୍ତର-ପଶ୍ଚିମ ସୋକୋଟୋ ରାଜ୍ୟର ଏକ ଗ୍ରାମାଞ୍ଚଳ ଉପରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ଅତି କମରେ ୪୦ଜଣଙ୍କର ମୃତ୍ୟୁ ହୋଇଥିଲା। ଏପରିକି ବହୁ ସଂଖ୍ୟକ ଲୋକଙ୍କୁ ସ୍ଥାନୀୟ ଅଞ୍ଚଳଛାଡି ଭୟରେ ପଳାୟନ କରିଥିଲେ।
Powered by Froala Editor