ଗୋବିନ୍ଦ ସାହୁର ଫାଶି ଦାବି କଲେ ମମିତାଙ୍କ ବାପା
ଭୁବନେଶ୍ୱର: ମହାଲିଙ୍ଗ କଲୋଜର ଅଧ୍ୟକ୍ଷା ମମିତା ମେହେରଙ୍କ ମୃତୁ୍ୟ ମାମଲାରେ ଥମୁନି ଝଡ । ଏଥିପାଇଁ ଆଜି ମମିତାଙ୍କ ଗାଁ’ ଝର୍ନୀରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ୧୫ ଜଣିଆ ବିଜେପି ଟିମ୍ ପହଞ୍ଚିଛନ୍ତି । ମମିତାଙ୍କ ଗାଁ’ରେ ପହଞ୍ଚି ତାଙ୍କ ପରିବାର ସହ ବିଜେପି କର୍ମୀମାନେ ଆଲୋଚନା କରିଛନ୍ତି ।
ପୂର୍ବତନ ଡିଜିପି ପ୍ରକାଶ ମିଶ୍ର ଘଟଣା ସମ୍ପର୍କରେ ବିସ୍ତୃତ ଭାବେ ପଚାରିଥିଲେ । ଏହି ସମୟରେ ମମିତାଙ୍କ ବାପା କାନ୍ଦି ପକାଇଥିଲେ । କିଭଳି ନିଜ ଝିଅକୁ ବିଭସô ଭାବେ ଗୋବିନ୍ଦ ସାହୁ ହତ୍ୟା କରିଥିଲା, ତାହା କହିବାବେଳେ କୋହ ସମ୍ଭାଳି ନପାରି କାନ୍ଦି ପକାଇଥିଲେ । ଏହା ସହିତ ଗଣମାଧ୍ୟମ ସମ୍ମୁଖରେ ମମିତାଙ୍କ ବାପା ହତ୍ୟାକାରୀ ଗୋବିନ୍ଦ ସାହୁଙ୍କ ଫାଶି ଦାବି କରିଥିଲେ । ଏହି ଆଲୋଚନା ସମୟରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ଘଟଣାର ଦୁଇ ଦିନ ପୂର୍ବରୁ ମମିତା ଏକୁଟିଆ ବାହାରକୁ ଯାଇଥିଲେ । ତେବେ ମମିତା କାହିଁଁକି ବାହାରକୁ ଯାଇଥିଲେ ଓ କାହା ସହ ବାହାରକୁ ଯାଇଥିଲେ ଏହା ଏକ ବଡ ପ୍ରଶ୍ନ ପାଲଟିଛି ।
Powered by Froala Editor